ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ମହାବିଭ୍ରାଟ । ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ଶ୍ରୀଜିଉଙ୍କ ଅନ୍ନ

Advertisment

କରୋନା କାଳରୁ କୁଡ଼ୁଆର ଅଭାବ ପାଇଁ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହି ଘଟଣା ସାମ୍ନାକୁ ଆସିବା ପରେ ମାଟି କୁଡୁଆରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରିବାକୁ ସମସ୍ତ ସୁଆର ସେବକଙ୍କୁ ନୋଟିସ ଜାରି କରିବା କୁଡୁଆ ଯୋଗାଇବାକୁ ପ୍ରଶାସନକୁ ନିବେଦନ କରିଛି ନିଯୋଗ।

559

କନକ ବ୍ୟୁରୋ : ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଏ କେମିତିକା ବିଭ୍ରାଟ। ବର୍ଷ ବର୍ଷ ଧରି ଲୁହା କଡେଇରେ ପ୍ରସ୍ତୁତ ଅନ୍ନ ଖାଉଛନ୍ତି ଶ୍ରୀଜିଉ। ଏ ଖବର ସାମ୍ନାକୁ ଆସିବା ପରେ ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା ଲାଗିଛି। ଲୁହା କଡେଇରେ କେବଳ ପିଠାପଣା ପ୍ରସ୍ତୁତ ହେବା କଥା। ରୋଷଶାଳାର ସୁପକାର ମାନେ ଶ୍ରୀମନ୍ଦିର ବିଧି ପରମ୍ପରା ସହ ଅବଗତ ଥାଇ କାହିଁକି ଏଭଳି ତ୍ରୁଟି ହେଲା ବୋଲି ପ୍ରଶ୍ନ ଉଠିଛି। କୁଡୁଆର ଅଭାବ ଯୋଗୁଁ ଏଭଳି ବ୍ୟତିକ୍ରମ ଦେଖାଦେଇଛି ବୋଲି ନିଯୋଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏଭଳି ଶାସ୍ତ୍ର ବିରୋଧୀ କାମ ପାଇଁ ନିଯୋଗ ଠାରୁ ସ୍ପଷ୍ଟୀକରଣ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ।

କରୋନା କାଳରୁ କୁଡ଼ୁଆର ଅଭାବ ପାଇଁ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହି ଘଟଣା ସାମ୍ନାକୁ ଆସିବା ପରେ ମାଟି କୁଡୁଆରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରିବାକୁ ସମସ୍ତ ସୁଆର ସେବକଙ୍କୁ ନୋଟିସ ଜାରି କରିବା କୁଡୁଆ ଯୋଗାଇବାକୁ ପ୍ରଶାସନକୁ ନିବେଦନ କରିଛି ନିଯୋଗ।

  •    ପୁରୁଣା ପଦ୍ଧତିରେ ରୋଷେଇ ପାଇଁ ପର୍ୟ୍ୟାପ୍ତ କୁଡୁଆ ଯୋଗାଯାଉ
    -    ଯେଉଁ ଚୁଲିକୁ ଯେଉଁ  କୁଡୁଆ ଦରକାର ସେହି କୁଡୁଆ ମିଳୁ
    -    ଶ୍ରୀମନ୍ଦିର ରୋଷଶାଳା ପାଇଁ ଦୈନିକ ୩ରୁ ୪ ହଜାର କୁଡ଼ୁଆ ଦରକାର

ଏସବୁ ଭିତରେ କୁମ୍ଭକାରଙ୍କୁ ଡକାଯାଇ ସମସ୍ୟାର ସମାଧାନ କରାଯାଉ ବୋଲି ସୁଆର ମହାସୁଆର ନିଯୋଗ ସହକାରୀ ସମ୍ପାଦକ ନରସିଂହ ପ୍ରତିହାରୀ କହିଛନ୍ତି। 

 ଲୁହା କଡେଇରେ ମହାପ୍ରଭୁଙ୍କ ଅନ୍ନ ପ୍ରସ୍ତୁତିକୁ ଭକ୍ତ ଗ୍ରହଣ କରି ପାରୁନଥିବା ବେଳେ ଏବେ ପ୍ରଶ୍ନ ଉଠିଛି, 
ଏତେ ଦିନ ଧରି କିଭଳି ଲୁହା କଡେଇରେ ଚାଲିଥିଲା ଅନ୍ନ ପ୍ରସ୍ତୁତି? ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏ ବାବଦରେ ଖବର ନଥିଲା କି? ଯଦି ଖବର ଥିଲା ତେବେ କାହିଁକି ଚୁପ୍ ରହିଥିଲା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe