କନକ ବ୍ୟୁରୋ : ଜେଜେବାପାଙ୍କ ଦଶାହରେ ନାତିର ମୃତ୍ୟୁ । ପୋଖରୀରେ ଗାଧୋଇବାବେଳେ ପାଣିରେ ବୁଡି +୩ରେ ପଢୁଥିବା ନା ନାତିର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ନୂଆଗାଁ ବଡ଼ଗ୍ରାମରୁ ଆସିଲା ଅଭାବନୀୟ ଘଟଣା । ଗାଁର ଉପେନ୍ଦ୍ର ଲେଙ୍କାଙ୍କର ଆଜି ଦଶାହ କର୍ମ ଚାଲିଥିବା ବେଳେ ନାତି ଜଗମୋହନ ଲେଙ୍କା ଲଣ୍ଡା ହୋଇ ପୋଖରୀରେ ଗାଧୋଇଥିବା ବେଳେ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ ।
ଗ୍ରାମବାସୀ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିବାରୁ, ଔପଦା ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ । ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଜଗମୋହନ ଖଇରା କଲେଜରେ +୩ ପ୍ରଥମ ବର୍ଷର ଛାତ୍ର ଥିଲେ । ଆଜି ତାଙ୍କ ଜେଜେବାପାଙ୍କର ଦଶାହ କର୍ମ ଥିଲା । ତେବେ ଜଗମୋହନଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/12/msbFL0rH8lXL39qFFleu.jpg)