କନକ ବ୍ୟୁରୋ : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା । ରାଜ୍ୟର ପାରମ୍ପାରିକ ପୋଷାକ, ନାନାଦି ହାତ ତିଆରି ସାମଗ୍ରୀରେ ଭରପୁର ମେଳା । ଅପରାହ୍ନରେ ମେଳାରୁ କିଣାକିଣି ସହ ସମୟ ବିତାଇବା ପାଇଁ ଜମୁଛି ଭିଡ଼ । ତୋଷାଳୀ ମଞ୍ଚରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫ୍ୟାସନ ସୋ ମନ ମୋହୁଛି । ତେବେ ସବୁଠୁ ଅଧିକ ଭିଡ଼ ଖାଇବା ଷ୍ଟଲରେ ଲାଗୁଛି ।
ଅଧିକ ପଢନ୍ତୁ : ଏକାମ୍ର ହାଟରେ ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା ଆରମ୍ଭ , ରେଡିଓ ପ୍ରେମୀଙ୍କ ଭିଡ଼
ସେ କୋରାପୁଟ କଫି ହେଉ କି ବାରିପଦା ମାଂସ ମୁଢ଼ି ଖାଇବାକୁ ଲାଗୁଛି ଲମ୍ବା ଧାଡ଼ି । ଏଥର ଖାଦ୍ୟ ଷ୍ଟଲ୍ ଭିତରେ ବାରିପଦାରୁ ଆସିଥିବା "ଟେଷ୍ଟ ଅଫ ଶିମିଳିପାଳ" ଷ୍ଟଲ୍ ଖାଦ୍ୟପ୍ରେମୀଙ୍କୁ ଆକୃଷ୍ଟ କରିଛି । ବାରିପଦା ମାଂସ ମୁଢ଼ି ସାଙ୍ଗକୁ ମହୁଲ ପିଠା, ମାଣ୍ଡିଆ କଙ୍କଡା, ବତକ ମାଂସ, ନାଲି ଉଷୁନା ଚାଉଳ, ବାରେହି ପାଣି, ଛୋଟ ଗେଣ୍ଡରୁ ପ୍ରସ୍ତୁତ ଜଳ ଘଟେଇ ଖାଇବାକୁ ପ୍ରବଳ ଭିଡ଼ ଜମୁଛି ।
Follow Us