କନକ ବ୍ୟୁରୋ : ଆଜି ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ବା ବ୍ୟଞ୍ଜନ ଦ୍ୱାଦଶୀ । ପୁରୀର ଗୌରବିହାର ଆଶ୍ରମ ବା ମାତାମଠରେ ଶ୍ରଦ୍ଧାଳୁଙ୍କୁ ପରସାଗଲା ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ । ଶ୍ରଦ୍ଧାଳୁ ମାନେ ଏତେ ପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ।
୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ମହମହ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ । ଶ୍ରଦ୍ଧାଳୁ ମାନେ ଖାଇଲେ ରକମ ରକମର ଅନ୍ନ, ପିଠା, ମିଠା, ଶାଗ, ଚଟଣି, ଖିରି ଇତ୍ୟାଦି । ପୁରୀ ବେଳାଭୂମି ନିକଟରେ ଥିବା ଗୌରବିହାର ଆଶ୍ରମ ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଥିଲା ଉତ୍ସବମୁଖର । ରାଧାକୃଷ୍ଣଙ୍କ ପାଖରେ ପ୍ରସ୍ତୁତ କରାଯାଇଥିଲା ଏତେ ପ୍ରକାରର ବ୍ୟଞ୍ଜନ । ୫୦ରୁ ଅଧିକ ମହିଳା ଗତକାଲିଠୁ ପ୍ରସ୍ତୁତିରେ ଲାଗିଥିଲେ । ଆଜି ଏସବୁ ବ୍ୟଞ୍ଜନକୁ ସ୍ୱତନ୍ତ୍ର ଖଲିପତ୍ରରେ ଗୌରବିହାର ଆଶ୍ରମରେ ଶ୍ରଦ୍ଧାଳୁ ମାନଙ୍କୁ ପରସା ଯାଇଥିଲା ।
ଅଧିକ ପଢ଼ନ୍ତୁ : ଶ୍ରୀହରିଙ୍କ କଥା କହେ ନୀଳଚକ୍ର; ପୁରାଣରେ ରହିଛି ଏକ ସୁନ୍ଦର କାହାଣୀ
ପୌରାଣିକ ତଥ୍ୟ ଅନୁସାରେ, ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମାଆ ଯଶୋଦା । ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ । ଖାସ୍ ସେଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ ଯଶୋମତି । ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ । ପ୍ରତିବର୍ଷ ଆଜିର ଦିନରେ ନିଶୁଳ୍କ ପ୍ରସାଦ ସେବନ ପାଇଁ ଏଠାରେ ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ହିନ୍ଦୁ ଶାସ୍ତ୍ରରେ ଏହି ବ୍ୟଞ୍ଜନ ଦ୍ଵାଦଶୀର ସ୍ୱତନ୍ତ୍ର ମହିମା ରହିଛି । ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/02/lord-krishna-2025-12-02-17-35-01.jpg)