ଜେଜେ ମାଆ ନାଁରେ କଳଙ୍କ ; ମା’ ଛେଉଣ୍ଡ ଭାଇ-ଭଇଣୀକୁ ଦେଉଛନ୍ତି ନିର୍ଯାତନା

ଦୁଇ ଜଣ ମା’ ଛେଉଣ୍ଡ ଭାଇ ଭଉଣୀଙ୍କୁ ସ୍ନେହ ବଦଳରେ କରୁଛନ୍ତି ଅତ୍ୟାଚାର । ନାତି ନାତୁଣୀକୁ ଦେଉଛନ୍ତି ଅକଥନୀୟ ନିର୍ଯାତନା । ମାଡ଼ ମାରି କରିଦେଉଛନ୍ତି ନିସ୍ତେଜ ।

tortures

Photograph: (KANAKNEWS)

କନକ ବ୍ୟୁରୋ : ଏମିତି ବି ଜେଜେ ମାଆ ଦୁନିଆରେ ଅଛନ୍ତି , ଯିଏ କି ଜେଜେ ମାଆ ନାଁରେ କଳଙ୍କ । କାରଣ ନା ତାଙ୍କ ଭିତରେ ଅଛି ମାନବିକତା ନା ଅଛି ସ୍ନେହ ମମତାର ପସରା । ଦୁଇ ଜଣ ମା’ ଛେଉଣ୍ଡ ଭାଇ ଭଉଣୀଙ୍କୁ ସ୍ନେହ ବଦଳରେ କରୁଛନ୍ତି ଅତ୍ୟାଚାର । ନାତି ନାତୁଣୀକୁ ଦେଉଛନ୍ତି ଅକଥନୀୟ ନିର୍ଯାତନା । ମାଡ଼ ମାରି କରିଦେଉଛନ୍ତି ନିସ୍ତେଜ । ରାଜଧାନୀ ଛାତିରେ ଦୁଇ ନୀରିହ ଶିଶୁକୁ ଜେଜେ ମାଆ ଓ ବାପା ମାଡ଼ ମାରୁଥିବା ଅଭିଯୋଗ ହୋଇଛି । 

ଭୁବନେଶ୍ବର ରସୁଲଗଡ ଜିଜିପି କଲୋନୀର ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ଖେଳିଯାଇଛି । ଦୁଇ ଶିଶୁ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇଆସିଛନ୍ତି । ଜେଜେ ମା’ ଓ ବାପା କିଭଳି ନିର୍ଯାତନା ଦେଉଥିଲେ ସେକଥା କ୍ୟାମେରା ସାମ୍ନାରେ କହିଛନ୍ତି ଦୁଇ ନୀରିହ ଶିଶୁ । ଖାଇବାକୁ ଭଲ ଭାବେ ଦେଉନଥିବା ବେଳେ ଦିନସାରା ମାଡ଼ ମାରୁଥିବା କଥା କହିଛନ୍ତି ଉଦ୍ଧାର ହୋଇଥିବା ଦୁଇ ଶିଶୁ । ଅନ୍ୟପଟେ ପାଠ ପଢୁନଥିବାରୁ ମାଡ଼ ମାରୁଥିବା ସଫେଇ ଦେଇଛନ୍ତି ଜେଜେ ମା’ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe