କନକ ବ୍ୟୁରୋ : ଏମିତି ବି ଜେଜେ ମାଆ ଦୁନିଆରେ ଅଛନ୍ତି , ଯିଏ କି ଜେଜେ ମାଆ ନାଁରେ କଳଙ୍କ । କାରଣ ନା ତାଙ୍କ ଭିତରେ ଅଛି ମାନବିକତା ନା ଅଛି ସ୍ନେହ ମମତାର ପସରା । ଦୁଇ ଜଣ ମା’ ଛେଉଣ୍ଡ ଭାଇ ଭଉଣୀଙ୍କୁ ସ୍ନେହ ବଦଳରେ କରୁଛନ୍ତି ଅତ୍ୟାଚାର । ନାତି ନାତୁଣୀକୁ ଦେଉଛନ୍ତି ଅକଥନୀୟ ନିର୍ଯାତନା । ମାଡ଼ ମାରି କରିଦେଉଛନ୍ତି ନିସ୍ତେଜ । ରାଜଧାନୀ ଛାତିରେ ଦୁଇ ନୀରିହ ଶିଶୁକୁ ଜେଜେ ମାଆ ଓ ବାପା ମାଡ଼ ମାରୁଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ବର ରସୁଲଗଡ ଜିଜିପି କଲୋନୀର ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ଖେଳିଯାଇଛି । ଦୁଇ ଶିଶୁ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇଆସିଛନ୍ତି । ଜେଜେ ମା’ ଓ ବାପା କିଭଳି ନିର୍ଯାତନା ଦେଉଥିଲେ ସେକଥା କ୍ୟାମେରା ସାମ୍ନାରେ କହିଛନ୍ତି ଦୁଇ ନୀରିହ ଶିଶୁ । ଖାଇବାକୁ ଭଲ ଭାବେ ଦେଉନଥିବା ବେଳେ ଦିନସାରା ମାଡ଼ ମାରୁଥିବା କଥା କହିଛନ୍ତି ଉଦ୍ଧାର ହୋଇଥିବା ଦୁଇ ଶିଶୁ । ଅନ୍ୟପଟେ ପାଠ ପଢୁନଥିବାରୁ ମାଡ଼ ମାରୁଥିବା ସଫେଇ ଦେଇଛନ୍ତି ଜେଜେ ମା’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/21/tortures-2025-06-21-15-54-35.jpg)