କନକ ବ୍ୟୁରୋ : କାଳୀପୂଜା ଅବସରରେ ମା’ ଦକ୍ଷିଣକାଳୀ, ଉଗ୍ରତାରା ଓ ମା’କାମରୂପାଙ୍କର ହୋଇଛି ମହାମିଳନ । ୩ ଭଉଣୀଙ୍କର ଏହି ଅପୂର୍ବ ମିଳନ ଦେଖିବାକୁ ଏକାଠି ହୋଇଥିଲେ ହଜାରହଜାର ଭକ୍ତ । ପାରମ୍ପରିକ ବାଜା ବାଣ ରୋଷଣୀର ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ବିଦାୟ ଦିଆଯାଇଛି ।
୩ ଭଉଣୀଙ୍କ ସାଂସ୍କୃତିକ ମେଲାଣି ଶୋଭାଯାତ୍ରା । ଏକାଠି ବିଦାୟ ନେଲେ ମାଆ । ସାକ୍ଷୀଗୋପାଳ ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀ, ଚନ୍ଦନପୁର ସମଯାଜପୁରର ଉଗ୍ରତାରା ଓ ବୀରପ୍ରତାପପୁରର ମା’କାମରୂପା । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି ମା’ । ରାତି ତମାମ ଭକ୍ତଙ୍କ ଦୁଆରୁ ପଣା ଭୋଗ ପାଇ ସକାଳୁ ଏକାଠି ହୋଇଥିଲେ ୩ ଭଉଣୀ । ୩ ଭଉଣୀଙ୍କର ଏହି ଅପୂର୍ବ ମିଳନ ଦେଖିବାକୁ ଲାଗିଥିଲା ଭକ୍ତଙ୍କ ଗହଳି । ସମ୍ବଲପୁରୀ ବାଜା, ବଡ଼ ବାଜା ଓ ଘଣ୍ଟରେ ପ୍ରକମ୍ପିତ ହୋଇଥିଲା ପରିବେଶ ।
ପ୍ରଥମେ ମା’ କାମରୂପା ଗାଁରୁ ଶୋଭାଯାତ୍ରାରେ ଆସି ୨ ଭଉଣୀଙ୍କୁ ଅପେକ୍ଷା କରିଥାନ୍ତି । ପରେ ଉଗ୍ରତାରା ଓ ଶେଷରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ଆସନ୍ତି ସାନ ଭଉଣୀ ମା' ଦକ୍ଷିଣକାଳୀ । ୩ ଭଉଣୀ ବୀରପ୍ରତାପପୁର ଛକରେ ଏକାଠି ହେବାପରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ବିସର୍ଜନ କରାଯାଏ । ମା’ଙ୍କ ଆଶିଷ ପାଇବା ଆଶାରେ ଛୁଟି ଆସନ୍ତି ଭକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/22/maa-dakshinakali-2025-10-22-18-41-28.jpg)