ଲଦାଖ ହିଂସା ପଛରେ ସରକାରୀ ପ୍ରତିଶ୍ରୁତି,୨୦୧୯ ରେ ଦେଇଥିଲେ ପ୍ରତିଶ୍ରୁତି, ୨୦୨୫ ପର୍ଯ୍ୟନ୍ତ କରିପାରିଲେନି ପୂରଣ, ସୀମା ଲଂଘିଲା ଲଦାଖବାସୀଙ୍କ ଧର୍ଯ୍ୟ, ଆରମ୍ଭ କରିଦେଲେ ହିଂସକ ପ୍ରଦର୍ଶନ

ଏସବୁ ଦାବିକୁ ନେଇ ହିଂସକ ପ୍ରଦର୍ଶନ ହେବା ପରେ ସରକାର ଜନତାଙ୍କ ଦାବି ଉପରେ ବିଚାର କରିବା ପରିବର୍ତ୍ତେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା କଛି ଏନଜିଓକୁ ବ୍ୟାନ କରିଛନ୍ତି । ସରକାର ଅଭିଯୋଗ କରିଛନ୍ତି କି ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ହିଂସକ ପ୍ରଦର୍ଶନ କରାଯାଇଥିଲା । ଏହାସହ ୱାଙ୍ଗଚୁକ ଚଳାଉଥିବା ଏନଜିଓକୁ ବିଦେଶୀ ଫଣ୍ଡିଂ ମିଳୁଛି ।

47

କନକ ବ୍ୟୁରୋ :  ବିଗୁଡୁଛି ଲଦାଖର ସ୍ଥିତି, ବିଶେଷ କରି ଲଦାଖର ଯୁବ ଓ ଛାତ୍ର ଯାହାକୁ ଜେନ-ଜି ବୋଲି କୁହାଯାଉଛି ସେମାନେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରି ହିଂସକ ପ୍ରଦର୍ଶନ  କରୁଛନ୍ତି । ହଜାର ହଜାର ଜେନ-ଜି ସଡ଼କ ଉପରକୁ ଓହ୍ଲାଇଛନ୍ତି । ସେମାନଙ୍କର ମୁଖ୍ୟ ଦାବି ରହିଛି ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା । ଅଭିଯୋଗ ରହିଛି ୨୦୧୯ ରେ ଯେତେବେଳେ ଲଦାଖକୁ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ବୋଲି ଘୋଷଣା କରାଗଲା ସେତେବେଳେ ଲଦାଖବାସୀଙ୍କୁ ବିଶେଷ ଅଧିକାର ଦିଆଯିବ । ସାମ୍ବିଧାନିକ ସୁରକ୍ଷା ମଧ୍ୟ ପ୍ରଦାନ କରାଯିବ । ହେଲେ ୬ ବର୍ଷ ବିତି ଯାଇଥିଲେ ବି ଲଦାଖବାସୀଙ୍କୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ନାମରେ ପ୍ରତାରଣା କରିଛନ୍ତି । ଦୀର୍ଘ ୬ ବର୍ଷ ପରେ ଧର୍ୟ୍ୟହରା ହୋଇପଡ଼ିଛନ୍ତି ଲଦାଖର ଜେନ-ଜି । ଆଉ  ସାମାଜିକ କର୍ମୀ ସୁନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ସଡ଼କକୁ ଓହ୍ଲାଇ ହିଂସକ ପ୍ରଦର୍ଶନ କରିଛନ୍ତି । ବିଏସଏଫର ଗାଡି ପୋଡିଛନ୍ତି, ବିଜେପି କାର୍ୟ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଏବେ ଆସନ୍ତୁ ଦେଖିବା ଲଦାଖବାସୀଙ୍କର କ'ଣ ରହିଛି ଦାବି 

  • ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳୁ
  • ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରାଯାଉ
  • ଲେହ ଓ କାରର୍ଗିଲକୁ ଲୋକସଭା ଆସନ ଘୋଷଣା କରାଯାଉ
  • ଜନଜାତିଙ୍କୁ ଆଦିବାସୀର ମାନ୍ୟତା ମିଳୁ 

ଏସବୁ ଦାବିକୁ ନେଇ ହିଂସକ ପ୍ରଦର୍ଶନ ହେବା ପରେ ସରକାର ଜନତାଙ୍କ ଦାବି ଉପରେ ବିଚାର କରିବା ପରିବର୍ତ୍ତେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା କଛି ଏନଜିଓକୁ ବ୍ୟାନ କରିଛନ୍ତି । ସରକାର ଅଭିଯୋଗ କରିଛନ୍ତି କି ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ହିଂସକ ପ୍ରଦର୍ଶନ କରାଯାଇଥିଲା । ଏହାସହ ୱାଙ୍ଗଚୁକ ଚଳାଉଥିବା ଏନଜିଓକୁ ବିଦେଶୀ ଫଣ୍ଡିଂ ମିଳୁଛି । ଏଠାରେ କହିବାକୁ ଚାହୁଁ ଯେ ଏନଜିଓ ଗୁଡିକ ବେସରକାରୀ । ହେଲେ ସେ କି ପ୍ରକାର କାର୍ୟ୍ୟ କରୁଛି, ଟଙ୍କା କେଉଁଠୁ ଆସୁଛି ତାହା ଉପରେ ନଜର ରଖିବା ସରକାରଙ୍କ କାମ । ହେଲେ ୱାଙ୍ଗଚୁକଙ୍କ ଏନଜିଓ ଦୀର୍ଘବର୍ଷ ହେବ ଚାଲୁଥିବା ବେଳେ ସରକାର ଓ ସରକାରଙ୍କ ଯାଂଚ ଏଜେନ୍ସି କିଭଳି ଜାଣିପାରୁନଥିଲା ଯେ ଏହି ଏନଜିଓ ବେଆଇନଭାବେ ବିଦେଶୀ ଫଣ୍ଡିଂ ଆଣୁଛି । ଏହା ସରକାରଙ୍କ ବିଫଳତା ନୁହେଁ କି ? ନା ଲଦାଖବାସୀଙ୍କ ସ୍ୱର ପାଲଟିଥିବା, ଲଦାଖର ଜନସାଧାରଣଙ୍କ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଲଢେଇ ଜାରି ରଖିଥିବା ଏହି ସାମାଜିକ କର୍ମୀଙ୍କ କଣ୍ଠରୁଦ୍ଧ କରିବାକୁ ସରକାର ତାଙ୍କୁ ଗିରଫ କରିଛନ୍ତି । 

ଦର୍ଶକ ବନ୍ଧୁ ଲଦାଖରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରି ହିଂସକ ପ୍ରଦର୍ଶନ ହେଉ, ବିହାରରେ ନିଯୁକ୍ତିକୁ ନେଇ ଜେନ-ଜି ପ୍ରଦର୍ଶନ ହେଉ କି ଉତ୍ତରାଖଣ୍ଡରେ ପେପର ଲିକକୁ ନେଇ ପ୍ରଦର୍ଶନ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଧିକାର ପାଇଁ ପ୍ରଦର୍ଶନ କରିବାକୁ ସମସ୍ତଙ୍କର ଅଧିକାର ରହିଛି । ହେଲେ ପ୍ରଦର୍ଶନ ହିଂସକ ନହେଉ, ରାଷ୍ଟ୍ରର ସମ୍ପତ୍ତି ନଷ୍ଟ କରାନଯାଉ ଏହା ଉପରେ ପ୍ରଦର୍ଶନକାରୀଙ୍କ ଧ୍ୟାନ ରହିବା ନିହାତି ଜରୁରୀ । ଏହାସହ କ୍ଷମତା ଲୋଭୀ ରାଜନୈତିକଦଳର ନେତୃତ୍ୱମାନେ ବି ଏହା ଉପରେ ଧ୍ୟାନ ଦେବା ଜରୁରୀ କି ଯାହା ଆପଣ କରିନପାରିବେ ସେଭଳି ପ୍ରତିଶ୍ରୁତି ଦେବାରୁ ବିରତ ରୁହନ୍ତୁ । କାରଣ ଆପଣ ପ୍ରତିଶ୍ରୁତି ଦେଇ ଭୋଟ ହାସଲ କରୁଛନ୍ତି । ସରକାର ଗଠନ କରୁଛନ୍ତି, ହେଲେ ଆପଣଙ୍କ ମିଥ୍ୟା ପ୍ରତିଶ୍ରୁତି ଯେତେବେଳେ ପ୍ରତାରଣାରେ ପରିଣତ ହେଉଛି ସେତେବେଳେ ଦେଶର ନାଗରିକ ରାସ୍ତାକୁ ଓହ୍ଲାଉଛନ୍ତି, ରାଷ୍ଟ୍ରର ସମ୍ପତ୍ତି ନଷ୍ଟ କରୁଛନ୍ତି ଓ ଭାରତ ଭଳି ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe