କନକବ୍ୟୁରୋ : ବିଦାହେବେ ଦୁର୍ନୀତିଗସ୍ତ ଅଫିସର, କର୍ମଚାରୀ  । ଦୁର୍ନୀତିଖୋର ଆଇଆଇ, ଅତିରିକ୍ତ ଆରଆଇ, ଅମିନଙ୍କ ଉପରେ ସରକାରଙ୍କ ଛାଟ  । କାମରେ ଅବହେଳା କଲେ ଅବା ଦୁର୍ନୀତିରେ ଲିପ୍ତ ରହିବେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ  । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ନିର୍ଦେଶନାମା ଜାରି କରାଯାଇଛି  ।

Advertisment

ଚିଠିରେ କୁହାଯାଇଛି,ରାଜସ୍ବ ବିଭାଗର ଫିଲ୍ଡ ଷ୍ଟାଫ୍ ତଥା ଆଇଆଇ, ଅତିରିକ୍ତ ଆରଆଇ, ଅମିନମାନେ କିଛି ସମୟରେ ସେମାନଙ୍କ କାର୍ଯ୍ୟ ଠିକ ଭାବେ କରୁନଥିବା ନେଇ ବହୁ ଅଭିଯୋଗ ଆସିଛି  । ଏପରିକି ବହୁତ ଫିଲ୍ଡ ଷ୍ଟାଫ ଦିର୍ଘଦିନ ଧରି ଗୋଟିଏ ସ୍ଥାନରେ ରହୁଛନ୍ତି । ଅନେକ କର୍ମଚାରୀଙ୍କ ବଦଳୀ ସତ୍ବେ ସେମାନେ ନିର୍ଦ୍ଦେଶଙ୍କୁ ଅବମାନନା କରୁଥିବା ଦେଖିବାକୁ ମିଳିଛି  । ତେଣୁ ସବୁ ଜିଲ୍ଲାପାଳଙ୍କୁ ଏସବୁ କର୍ମଚାରୀଙ୍କ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଯେଉଁମାନେ ନିୟମର ଅବହେଳା କରୁଛନ୍ତି ଅବା ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କୁ ସବୁଦିନ ପାଇଁ ଅବସର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ନଭେମ୍ବର ମାସରେ ଜିଏ ଏବଂ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର । ନିୟମ ଅନୁଯାୟୀ ଗୋଟିଏ ଅଫିସରେ ଜଣେ କର୍ମଚାରୀ ସର୍ବାଧିକ ୩ ବର୍ଷ କାର୍ଯ୍ୟ କରିପାରିବେ । ଯେଉଁମାନେ ୩ ବର୍ଷରୁ ଅଧିକ ଧରି ସେମାନଙ୍କର ବଦଳୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।