ଅନ୍ଧାର ହଟାଇବାକୁ ସରକାରଙ୍କ ଆଲୋକୀକରଣ ଯୋଜନା, ଖୋର୍ଦ୍ଧା ବୋଲଗଡ଼ରେ ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ଆରମ୍ଭରୁ ଅଚଳ ଷ୍ଟ୍ରିଟ୍ ଲାଇଟ୍

ନିକଟରେ ବୋଲଗଡ଼ ଅଞ୍ଚଳରେ ଦୁଇ ଦୁଇଟି ଗୁଳିକାଣ୍ଡ ଘଟିଛି । ଚୋରି ରାହାଜାନି ଖବର ସବୁବେଳେ ନଜରକୁ ଆସୁଛି । ସଞ୍ଜ ନଇଁଲେ ଅସୁରକ୍ଷିତ ମଣୁଛନ୍ତି ଲୋକେ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ସମସ୍ତଙ୍କୁ ଅଧିକାରୀଙ୍କୁ ଜଣାଇବା ପରେ ବି ଫଳ ଶୂନ ।

13

କନକ ବ୍ୟୁରୋ : ଆଲୋକୀକରଣ ଯୋଜନା ମାଧ୍ୟମରେ ଖୋର୍ଦ୍ଧା ବୋଲଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲାଗିଥିଲା ଷ୍ଟ୍ରିଟ୍‌ ଲାଇଟ୍‌ । ଏବେ ଚାରିଆଡ଼େ ଘନ ଅନ୍ଧାର ।  ଯୋଜନା ଆରମ୍ଭରୁ ଅଚଳ ।  ଲାଇଟ୍‌ ଲାଗିବାର ଦିନ କେଇଟାରେ ପରେ ଲିଭିଯାଇଛି ।

ନିକଟରେ ବୋଲଗଡ଼ ଅଞ୍ଚଳରେ ଦୁଇ ଦୁଇଟି ଗୁଳିକାଣ୍ଡ ଘଟିଛି । ଚୋରି ରାହାଜାନି ଖବର ସବୁବେଳେ ନଜରକୁ ଆସୁଛି । ସଞ୍ଜ ନଇଁଲେ ଅସୁରକ୍ଷିତ ମଣୁଛନ୍ତି ଲୋକେ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ସମସ୍ତଙ୍କୁ ଅଧିକାରୀଙ୍କୁ ଜଣାଇବା ପରେ ବି ଫଳ ଶୂନ ।

ବୋଲଗଡ଼ରେ ଏହି ବିଦ୍ୟୁତକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଖୋର୍ଦ୍ଧା ଡିଆରଡିଏ ଜିଲ୍ଲାର ୩ଟି କମ୍ପାନିକୁ ୫ ବର୍ଷ ଅବଧିରେ ଲାଇଟ୍‌ ଲଗାଇବା ଓ ମରାମତି ଦାୟିତ୍ବ ଦେଇଛି । ହେଲେ ଲାଇଟ୍‌ ଲଗାଇବା ପରେ କମ୍ପାନିର ଦେଖା ମିଳୁନି ।
 ପାର୍ବଣ ଋତୁ ଆସିଲାଣି, ଅଘଟଣର ସଂଖ୍ୟା ବଢିବାର ସମ୍ଭାବନା ରହିଛି । ତେଣୁ ତୁରନ୍ତ ଲାଇଟ୍‌ ଗୁଡ଼ିକ ସଜାଡ଼ିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe