ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ପିଲା ଭଲ ନ ପଢ଼ିଲେ କଲେଜରେ ପଡ଼ିବ ତାଲା

Advertisment

ସରକାରୀ ଅନୁଦାନପ୍ରାପ୍ତ ଘରୋଇ, ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ବି କଲେଜରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହୁଛି କିମ୍ବା ଲଗାତାର ଖରାପ ପ୍ରଦର୍ଶନ ହେଉଛି, ସେହି ଅନୁଷ୍ଠାନରେ ତାଲା ପକାଇବ ଉଚ୍ଚଶିକ୍ଷା ବିଭାଗ ।

ସରକାରୀ ଅନୁଦାନପ୍ରାପ୍ତ ଘରୋଇ, ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ବି କଲେଜରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହୁଛି କିମ୍ବା ଲଗାତାର ଖରାପ ପ୍ରଦର୍ଶନ ହେଉଛି, ସେହି ଅନୁଷ୍ଠାନରେ ତାଲା ପକାଇବ ଉଚ୍ଚଶିକ୍ଷା ବିଭାଗ ।

Non-Performing Degree Colleges

Photograph: (Kanak News)

କନକ ବ୍ୟୁରୋ : ନୂଆ ଶିକ୍ଷାବର୍ଷ ଆରମ୍ଭରୁ ସରକାରଙ୍କ ବଡ଼ ନିଷ୍ପତ୍ତି । ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ । ସରକାରୀ ଅନୁଦାନପ୍ରାପ୍ତ ଘରୋଇ, ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ବି କଲେଜରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହୁଛି କିମ୍ବା ଲଗାତାର ଖରାପ ପ୍ରଦର୍ଶନ ହେଉଛି, ସେହି ଅନୁଷ୍ଠାନରେ ତାଲା ପକାଇବ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟିରେ ଏଭଳି ନିଷ୍ପତ୍ତି ହୋଇଛି ।

ଏହା ସହ ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡିଲେ ସମ୍ପୃକ୍ତ କଲେଜକୁ ବି ବନ୍ଦ କରିଦିଆଯିବ ବୋଲି ଉଲ୍ଲେଖ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)ରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ । ସ୍ଥାୟୀ ଅନୁମୋଦନ ପାଇଁ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନକୁ ଗସ୍ତ କରି ଭିତ୍ତିଭୂମି, ପାଠ୍ୟକ୍ରମ, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିବ । ସେହି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିବ ତାହାରି ଆଧାରରେ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । ଯେଉଁଥିରେ ୧୩ଟି ପ୍ରଫେସନାଲ୍‌ କଲେଜ ମଧ୍ୟ ରହିଛି ।

ଏହାବ୍ୟତୀତ ୧୩ଟି ପ୍ରଫେସନାଲ କଲେଜ ନୂତନ ପାଠ୍ୟକ୍ରମ ଖୋଲିବାକୁ କରିଥିବା ଆବେଦନକୁ ବିଭାଗ ବାତିଲ୍‌ କରିଛି । ଯୁଗ୍ମ କମିଟି ସଦସ୍ୟଙ୍କ ମିଳିତ ଯାଞ୍ଚ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିବ । ଯାଞ୍ଚ ହୋଇନଥିବା ପ୍ରସ୍ତାବଗୁଡ଼ିକୁ ଆସନ୍ତା ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ଯୁଗ୍ମ ଯାଞ୍ଚ କମିଟିକୁ ପଠାଯିବ । ସମ୍ପୃକ୍ତ କଲେଜଗୁଡ଼ିକୁ ସ୍ଥାୟୀ ଅନୁମୋଦନ ମିଳିବ କି ନାହିଁ ତାହା ଉପରେ କମିଟି ନିଷ୍ପତ୍ତି ନେବ । ଗତ ତିନିଟି ଶିକ୍ଷାବର୍ଷରେ ସ୍ଥାୟୀ ଅନୁମୋଦନ ପାଇଁ ଆସିଥିବା ୨୫ଟି ପ୍ରସ୍ତାବକୁ ଉଚ୍ଚସ୍ତରୀୟ କମିଟି ଅନୁମତି ଦେଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe