କନକ ବ୍ୟୁରୋ: ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଓପିଏସସି, ଓଏସଏସସି ଏବଂ ଓ ଏସଏସଏସସିକୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ବିଭିନ୍ନ ଚାକିରି ପ୍ରବେଶିକା ପରୀକ୍ଷା ପାଇଁ ନେଉଥିବା ଫିସ୍କୁ ପରବର୍ତ୍ତୀ ସମୟରେ ଫେରାଇ ଦିଆଯିବ । ଯେଉଁମାନେ ପରୀକ୍ଷାରେ ଭାଗ ନେବେ, କେବଳ ସେମାନଙ୍କୁ ଫେରସ୍ତ ହେବ । ଅର୍ଥାତ ଯେଉଁମାନେ ଫିସ୍ ଭରିବା ସତ୍ତ୍ୱେ ପରୀକ୍ଷା ଦେବାକୁ ଆସୁନାହାନ୍ତି ସେମାନଙ୍କୁ ନିରୁତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମୋହନ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଆଶାୟୀ ।
ଅନେକଙ୍କ ପାଇଁ ପ୍ରବେଶିକା ପରୀକ୍ଷା ଫି' ହୁଏତ ବିଶେଷ ଗୁରୁତ୍ୱ ରଖୁନଥିବ । ହେଲେ ଯୁବ ବୈଜ୍ଞାନିକ ଶେଷଦେବ କିଶାନଙ୍କ କାହାଣୀ, ଏ କ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ । କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉତ୍କର୍ଷରେ ସେ ନିଜ ଅନୁଭୂତି ବାଣ୍ଟିଥିଲେ । ଜଣେ ଶିକ୍ଷକଙ୍କଠାରୁ କିଭଳି ୫୦୦ ଟଙ୍କା ଆଣି ସେ କେବଳ ଗୋଟିଏ ପ୍ରବେଶିକା ପରୀକ୍ଷା ଦେବାକୁ ସକ୍ଷମ ହୋଇଥିଲେ ଓ ନାଇଜରରେ ପାଠ ପଢ଼ିବାର ସୁଯୋଗ ପାଇଲେ ସେହି କଥା କହିଲାବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ଶେଷଦେବ କିସାନ ।
ତେବେ ବିଡ଼ମ୍ବନାର କଥା ହେଉଛି ସମସ୍ତ ପ୍ରବେଶିକା ପରୀକ୍ଷା ଫି' ଛାଡ଼ କରିବାକୁ ୨୦୨୨ରେ ଏକ ଚିଠି କରିଥିଲା ସେହି ଜିଏ ବିଭାଗ । ତତ୍କାଳୀନ ସରକାର ଏଭଳି ନିଷ୍ପତ୍ତି କରିସାରିଥିବାବେଳେ, ଏବେ ପୁଣି କାହିଁକି ରି-ଫଣ୍ଡ୍ କରିବାକୁ ନିଷ୍ପତ୍ତି ହେଲା ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । ପ୍ରଶ୍ନ ଉଠୁଛି...
- ୨୦୨୨ରେ ନିଷ୍ପତ୍ତି ସତ୍ତ୍ବେ ଏହାକୁ ପାଳନ କରାଯାଉନଥିଲା କି?
- ଫି’ ଛାଡ଼ ସତ୍ତ୍ବେ କାହିଁକି ପରୀକ୍ଷାର୍ଥୀଙ୍କଠୁ ଆଦାୟ ହେଉଥିଲା?
- ରି-ଫଣ୍ଡ୍ ବଦଳରେ ପରୀକ୍ଷା ଫି’ ସମ୍ପୂର୍ଣ୍ଣ ଛାଡ଼ କରିବେ କି ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/23/exam-fee-2025-06-23-20-41-04.jpg)