କନକ ବ୍ୟୁରୋ : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୫ର ଚିଠା ଜାରି କରାଯାଇଛି । ୨୦୩୦ ମସିହା ସୁଦ୍ଧା ସବୁ ପ୍ରକାର ଗାଡ଼ିରେ ଇଭି ଗ୍ରହଣୀୟତାକୁ ୫୦ ପ୍ରତିଶତ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଦ୍ୟୁତ୍ ଚାଳିତ ଗାଡ଼ିରେ ପ୍ରୋତ୍ସାହନ ରାଶି ଦେବେ ସରକାର । 

Advertisment

ଦୁଇ ଚକିଆ, ତିନିଚକିଆ, ଚାରି ଚକିଆ, ବସ୍, ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ, କୃଷି ଉପକରଣ ସବୁ କ୍ଷେତ୍ରରେ ଇଭିକୁ ପ୍ରୋତ୍ସାହିତ କରାଯିବ । ପୁରୁଣା ଗାଡ଼ି ବଦଳାଇ ନୂଆ ଇଭି ନେଲେ ସାଧାରଣ ଗ୍ରାହକ ଓ ବ୍ୟାବସାୟିକ ସଂସ୍ଥା ଗୁଡିକୁ ପ୍ରୋତ୍ସାହନ ଦେବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି  । ଏଥିସହିତ ରାଜ୍ୟରେ ଇଭି, ଏହାର ଉପକରଣ ଓ ବ୍ୟାଟେରି ନିର୍ମାଣକୁ ମଧ୍ୟ ସରକାର ପ୍ରୋତ୍ସାହିତ କରିବେ । ଚିଠା ଇଭି ବିଲ୍‌କୁ ନେଇ ଅଂଶୀଦାର ମାନଙ୍କଠାରୁ ମତାମତ ଆହ୍ବାନ କରାଯାଇଛି ।