କନକ ବ୍ୟୁରୋ : ନଦୀର ପ୍ରକୋପରୁ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପଥର ପ୍ୟାକିଂ ଏବଂ ସ୍ପର ନିର୍ମାଣ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଅତ୍ୟନ୍ତ ନିମ୍ନମାନର କାମ ହେଉଛି । ଗୋଟିଏ ବନ୍ୟାକୁ ସହି ନପାରି ପଥରବନ୍ଧ ଧୋଇଯାଉଥିବା ଅଭିଯୋଗ ଆସିଛି ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଏବଂ ରଶଳପୁରରେ କୂଳ ଖାଇବାରେ ଲାଗିଛି ସୁବର୍ଣ୍ଣରେଖା । ଗାଁକୁ ସୁରକ୍ଷା ଦେବା ନିମନ୍ତେ ବିଷ୍ଣୁପୁରଠାରେ ପଥର ବନ୍ଧ ମରାମତି କରିବା ସହ ୨ଟି ସ୍ପର ନିର୍ମାଣ କରାଯାଇଥିଲା । ହେଲେ ମାର୍ଚ୍ଚ ମାସରେ ହୋଇଥିବା କାମ ଜୁନ୍, ଜୁଲାଇର ବନ୍ୟାରେ ଧୋଇଯାଇଛି । ନିମ୍ନମାନର ଓ ଆବଶ୍ୟକ ଠାରୁ ଛୋଟ ପଥରର କାମରେ ବ୍ୟବହାର କରାଯାଇଥିବାରୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ଆସିଛି ।
ଗାଁ ନିକଟରେ ସ୍ଥାୟୀ ପଥର ବନ୍ଧ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ଖର୍ଚ୍ଚ କରି ଏହି କାମ କରାଯାଇଥିଲା । ହେଲେ ଏନେଇ କୌଣସି ଫଳକ ଲାଗିନଥିବା ସହ ବିଭାଗୀୟ ଅଧିକାରୀ ମଧ୍ୟ କାର୍ଯ୍ୟ ତଦାରଖ ପାଇଁ ଆସୁନଥିବା ଅଭିଯୋଗ ଆସିଛି । ତୁରନ୍ତ ଉନ୍ନତ ମାନର ପଥର ବ୍ୟବହାର କରିବ ସ୍ଥାୟୀ ବନ୍ଧ ନିର୍ମାଣ କରାନଗଲେ ଆନ୍ଦୋଳନ ନେଇ ମିଳିଛି ଚେତାବନୀ ।
ବିଭାଗୀୟ ଅଧିକାରୀ କହିଛନ୍ତି, ଠିକାଦାରଙ୍କୁ ୭ କୋଟି ଟଙ୍କାରୁ ମାତ୍ର ୧ କୋଟି ୭୫ ଲକ୍ଷ ଟଙ୍କା ଦିଆଯାଇଛି । କାମ ଠିକ୍ ଭାବେ କରିବା ପରେ ଅବଶିଷ୍ଟ ଅର୍ଥ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/25/embankment-2025-10-25-18-25-19.jpg)