କଟ୍‌ନି ଛଟ୍‌ନୀ ନାଁରେ ଖାଇଗଲେ ହଜାରେ କୋଟି; କାହା ଅଣ୍ଟିକୁ ଗଲା ଧନ, କାହା ପକେଟ୍‌ ଗରମ?

Advertisment

ଧାନ ମଣ୍ଡି ସୁପରିଚାଳନାକୁ ଗୁରୁତ୍ବ ଦେଲେ ସରକାର। ନୂଆ ସରକାରରେ ମଣ୍ଡି ଦୁର୍ନୀତି ହେବନି ବୋଲି ଆଶ୍ବାସନା ଦେଲେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ କିନ୍ତୁ ମିଲର୍ସଙ୍କ ମନମାନୀ ଯୋଗୁଁ କଟନି ଛଟନି ନାଁରେ ହଜାରେ କୋଟିର ଘୋଟାଲା ହୋଇଥିବା ପ୍ରାରମ୍ଭିକ ଆକଳନ କହୁଛି

ଧାନ ମଣ୍ଡି ସୁପରିଚାଳନାକୁ ଗୁରୁତ୍ବ ଦେଲେ ସରକାର। ନୂଆ ସରକାରରେ ମଣ୍ଡି ଦୁର୍ନୀତି ହେବନି ବୋଲି ଆଶ୍ବାସନା ଦେଲେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ କିନ୍ତୁ ମିଲର୍ସଙ୍କ ମନମାନୀ ଯୋଗୁଁ କଟନି ଛଟନି ନାଁରେ ହଜାରେ କୋଟିର ଘୋଟାଲା ହୋଇଥିବା ପ୍ରାରମ୍ଭିକ ଆକଳନ କହୁଛି

 ମଣ୍ଡିରୁ ଖାଇଗଲେ ହଜାରେ କୋଟି

ମଣ୍ଡିରୁ ଖାଇଗଲେ ହଜାରେ କୋଟି Photograph: (KanakNews )

କନକ ବ୍ୟୁରୋ: ଧାନ ମଣ୍ଡି ସୁପରିଚାଳନାକୁ ଗୁରୁତ୍ବ ଦେଲେ ସରକାର। ନୂଆ ସରକାରରେ ମଣ୍ଡି ଦୁର୍ନୀତି ହେବନି ବୋଲି ଆଶ୍ବାସନା ଦେଲେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ କିନ୍ତୁ ମିଲର୍ସଙ୍କ ମନମାନୀ ଯୋଗୁଁ କଟନି ଛଟନି ନାଁରେ ହଜାରେ କୋଟିର ଘୋଟାଲା ହୋଇଥିବା ପ୍ରାରମ୍ଭିକ ଆକଳନ କହୁଛି। ଯାହାକୁ ନେଇ ତେଜିଛି ରାଜନୀତି।

  • କାଳି ବୋଳିଦେଲା ଖାଦ୍ୟ ଯୋଗାଣ ବିଭାଗ
  • ସମବାୟ ବିଭାଗ ଗିଳିଦେଲା ଚାଷୀ ସମସ୍ୟା
  • କଟ୍‌ନି ଛଟ୍‌ନି ନାଁରେ ଖାଇଗଲେ ହଜାରେ କୋଟି
  • କାହା ଅଣ୍ଟିକୁ ଗଲା ଧନ, କାହା ପକେଟ୍‌ ଗରମ?

ଜିଲ୍ଲା ଜଗିଥିଲେ ମୋହନଙ୍କ ମନ୍ତ୍ରୀ। ମଣ୍ଡି ଛକିଲେ ନୋଡାଲ୍‌ ଅଫିସର। ତଥାପି ରୋକି ପାରିଲେନି କଟ୍‌ନି ଛଟ୍‌ନି। ଉପକୂଳରୁ ଉପାନ୍ତ, ଏମିତିକି ଖୋଦ୍‌ ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ବି କଟ୍‌ନି ଛଟ୍‌ନି ଆକାଶ ଛୁଇଁଲା। ମନଇଛା କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ କଟାଗଲା। ଏହାପରେ ପରିଣାମ ଯାହା ଆସୁଛି, ତାହା ଭୟଙ୍କର। ସାରା ରାଜ୍ୟରେ ପାଖାପାଖି ହଜାରେ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅନୁମାନ କରାଯାଉଛି। ଖରାପ ଧାନ ଦର୍ଶାଇ ମିଲର୍ସ ନ କିଣିବା ଫଳରେ ସମବାୟ ସମିତି ସରକାରୀ ସଂସ୍ଥା ହୋଇ ବି ହାତ ଟେକିଦେଲା। ଯାହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଭାଗଚାଷୀଙ୍କ ଉପରେ। ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଥିବାରୁ ଚାଷୀ ବାଧ୍ୟ ହୋଇ ମିଲର୍ସ ହାତକୁ କମ ଦାମରେ ଧାନ ଟେକି ଦେବା ସହ କଟ୍‌ନି ଛଟ୍‌ନିର ଶିକାର ହୋଇଛନ୍ତି। କିନ୍ତୁ ଭୟରେ ପ୍ରତିବାଦ କରିପାରୁନାହାନ୍ତି। 

ଅଭିଯୋଗ ହୋଇଛି ଯେ ମିଲର୍ସ ଚାଷୀଙ୍କ ଠାରୁ ୧୯୦୦ରୁ ୨୦୦୦ ଟଙ୍କାରେ ଧାନ କିଣି କାଗଜପତ୍ରରେ ୩୧୦୦ ଟଙ୍କା ଦର୍ଶାଇବା ଦ୍ବାରା କ୍ବିଣ୍ଟାଲରେ ହାରାହାରି ହଜାରେ ଟଙ୍କାର ମୁନାଫା ଲୁଟ୍‌ ହୋଇଛି। ସେହିଭଳି ପ୍ରତି ଜିଲ୍ଲାର କଟ୍‌ନି ଛଟ୍‌ନି ମିଶାଇଲେ ଏହି କେଳେଙ୍କାରୀ ଆକାର ଆହୁରି ବିଶାଳ ହୋଇପାରେ। ନେତା, ମିଲର୍ସ ଓ ସମବାୟ ସମିତି ମିଲିଭଗତ୍‌ରେ ହୋଇଥିବା ଏହି ନିରବ ଦୁର୍ନୀତିକୁ ସମସ୍ତେ ଦେଖି ଚୁପ୍। 

କୌତୁହଳ କଥା ହେଉଛି, ଗ୍ରେନ୍‌ ଆନାଲାଇଜର୍‌ ନାଁରେ ଚାଷୀ ଆଖିରେ ଆଙ୍ଗୁଠି ଗେଞ୍ଜି କେଳେଙ୍କାରୀ ହେଲା। ଖରାପ ଧାନ କହି ଧମକାଇଲେ ଚାଷୀକୁ।  ଫଳରେ ଲହୁ, ଲୁହ ଏକାଠି କରି ଦି ପଇସା ପାଇବାର ସ୍ବପ୍ନ ଦେଖିଥିବା ଚାଷୀ କାହାକୁ ତାର ଦୁଃଖ ଜଣାଇବ? ଆଉ ଶୁଣିବ କିଏ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe