କନକ ବ୍ୟୁରୋ: ବାତ୍ୟା ବେଳେ ସବୁଠୁ ଚ୍ୟାଲେଞ୍ଜିଂ ଥାଏ ଉଦ୍ଧାର କାର୍ଯ୍ୟ। ବାତ୍ୟା ‘ଦାନା’ ସୃଷ୍ଟି ହେବା ପରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏନଡିଆରଏଫ। ମୋଟ ୫୧ ଓଡ୍ରାଫ ଟିମ ଓ ୧୭୮ ଫାୟାର ଟିମ ମୁତୟନ ହୋଇଛନ୍ତି। ଏହାସହ ବାତ୍ୟା ବେଳେ ପାନୀୟ ଜଳ ଓ ବିଦ୍ୟୁତ ସେବା ତୁରନ୍ତ ଅବ୍ୟାହତ ରଖିବା ଉପରେ ଜୋର ଦିଆଯାଇଛି।

  • ‘ଦାନା’ ପାଇଁ ସଜାଗ ସରକାର
  • ଜିରୋ କାଜୁଆଲଟିକୁ ଗୁରୁତ୍ବ
Advertisment

୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ। ୬ହଜାରରୁ ଅଧିକ ରିଲିଫ କେନ୍ଦ୍ର ପ୍ରସ୍ତୁତ। ବାତ୍ୟା ପ୍ରଭାବିତ ହେବାକୁଥିବା ଅଞ୍ଚଳରେ ଉଦ୍ଧାରୀକାରୀ ଦଳ। ବାଲେଶ୍ୱର ଭୋଗରାଇ ବ୍ଲକର ତାଳସାରି ନିକଟ ସୁବର୍ଣ୍ଣ ଦ୍ବୀପରେ ବାସ କରୁଥିବା ୯ ପରିବାରକୁ ଉଚ୍ଚ ସ୍ଥାନକୁ ଅଣାଯାଇଛି। ପୁଲିସ, ମତ୍ସ୍ୟ ବିଭାଗ ଓ ଅତିରିକ୍ତ ତହସିଲଦାରଙ୍କର ଏକ ଟିମ ଦ୍ବାରା ଏହି ଉଦ୍ଧାର କରାଯାଇଛି।

୮ ହଜାରରୁ ଅଧିକ ଗର୍ଭବତୀ ମହିଳାମାନଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତାରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ ହୋଇଛନ୍ତି। ଏହିକ୍ରମରେ ପୁରୀ ଜିଲ୍ଲା ଗୋପ ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ। ଅଞ୍ଚଳରେ ପାଖାପାଖି ୧୯ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। କିଛି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଛି। ସେହିପରି ରାଜନଗର ମେଡିକାଲ ଟିମ ବ୍ଲକର ବିଭିନ୍ନ ସ୍ଥାନରୁ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣି ରାଜନଗର ମେଡିକାଲକୁ ସ୍ଥାନାନ୍ତରିତ କରିଛି। 

ବାତ୍ୟା ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନରେ ପହଞ୍ଚିଛନ୍ତି ଏନଡିଆରଏଫ୍ ଟିମ୍। ଜଗତସିଂହପୁର ଜିଲ୍ଲା ପାଇଁ ୬ଟି ଓଡ୍ରାଫ ଟିମ ଆସିଥିବା ବେଳେ ଜିଲ୍ଲାର ୨ଟି ଟିମକୁ ମିଶାଇ ଓଡ୍ରାଫର ମୋଟ ୮ଟି ଟିମ ମଧ୍ୟ ନିୟୋଜିତ ହୋଇଛନ୍ତି। ସେହିପରି ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦିଘାରେ ପହଁଚିଛି ୩୦ ଜଣିଆ ଏନଡିଆରଫ ଟିମ।

ତେବେ ଉଦ୍ଧାର ସାଙ୍ଗକୁ ବାତ୍ୟାର ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ଜଳବିଭାଗର ପ୍ରସ୍ତୁତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ରହଣି ସାଙ୍ଗକୁ ଖାଦ୍ୟ ପାନୀୟ ବ୍ୟବସ୍ଥାର ଦାୟିତ୍ବ ନେବେ ବ୍ଲକ ଅଧିକାରୀ।