mandi problem Photograph: (kanakNews)
କନକ ବ୍ୟୁରୋ: ମନ୍ତ୍ରୀଙ୍କୁ ଛାଡୁନି ମଣ୍ଡି ଟେନସନ। ଆଜି ଢେଙ୍କାନାଳ ଜିଲ୍ଲାରେ ସବୁ ଧାନମଣ୍ଡି ଖୋଲିଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କ ଘରପାଖ ମଣ୍ଡି ବନ୍ଦ ରହିଛି କ୍ଷ ତେବେ ଖୋଲିଥିବା ମଣ୍ଡିରେ କନଟି ଛଟନି, ମିଲର -ଚାଷୀ ମୂଲଚାଲ, ସଲାସୁତରା କି ପୂର୍ବରୁ ଥିବା ବିବାଦ ନେଇ କେହି ମୁହଁ ଖୋଲୁ ନାହାନ୍ତି।
ଢେଙ୍କାନାଳ ଜିଲ୍ଲାରେ ଧାନ କିଣାବିକା ୫ ଦିନ ବନ୍ଦ ଧରି ବନ୍ଦ ଥିଲା । ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଇଥିଲେ କ୍ଷ ଆଜି ସବୁ ଧାନମଣ୍ଡି ଖୋଲିଛି। କିନ୍ତୁ ଦୀପତଳ ଅନ୍ଧାର ଭଳି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରପାଖ କାଙ୍କଡ଼ପାଳ ମଣ୍ଡିକୁ ଦେଖନ୍ତୁ। ଏଠି କାଉ କୋଇଲିର ଦେଖାନାହିଁ କ୍ଷ ମଣ୍ଡି ସଭାପତି ଅମାବାସ୍ୟାର ବାହାନା କରି ଏଡ଼ାଇ ଯାଇଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ଅନ୍ୟ ସବୁ ଧାନମଣ୍ଡି ଖୋଲିଛି । ମିଲର୍ ଟାର୍ଗେଟ ପୂରଣ ପ୍ରତିଶ୍ରୁତି ଦେଉଛନ୍ତି କ୍ଷ ସମବାୟ ସମିତି ସମ୍ପାଦକ, ଚାଷୀ ଓ ମିଲରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିଣାବିକା ଚାଲିଛି କ୍ଷ କିନ୍ତୁ କଟନି ଛଟନି କି ଅନ୍ୟ ବିବାଦ ନେଇ ଚାଷୀ କି ମିଲର୍ କେହି ମୁହଁ ଖୋଲୁନାହାନ୍ତି କ୍ଷ ଭିତିରି ବୁଝାମଣା ନେଇ ପ୍ରଶ୍ନ ଉଠୁଥିବା ବେଳେ ଉଚିତ ପାଉଣା ପାଉଛନ୍ତି ବୋଲି ଚାଷୀ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଘର ପାଖ ମଣ୍ଡି କାହିଁକି ଖୋଲିନି? ସେ ନେଇ ପ୍ରଶ୍ନ ଉଠିଛି । ଏଥିସହ ଖୋଲିଥିବା ମଣ୍ଡିରେ କଟନିଛଟନି ହେଉଛି କି ନାହିଁ? ତା ଉପରେ ସମସ୍ତଙ୍କ ନଜର।
Follow Us