କନକ ବ୍ୟୁରୋ : ବଲାଙ୍ଗୀର ହରିଶଙ୍କର ପାଦଦେଶରେ ଥିବା ଭରୁଆମୁଣ୍ଡା ମୌଜାରେ ଆଦାନୀ ୧୮ ଏକର ଜମି କିଣିବା ପଟ୍ଟା ଭାଇରାଲ ହେବା ପରେ ବଢୁଛି ବିରୋଧ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସତ ପରଖିଛି କନକ ନ୍ୟୁଜ ଟମ । ଜମି ବିକିଥିବା ଲୋକେ ଆଦାନୀ ବିଷୟରେ ଜାଣିନାହାନ୍ତି ବୋଲି କହିଛନ୍ତି । ଦଲାମ ସେମାନଙ୍କ ଜମି ନେଇଯାଇଥିବା କହିଛନ୍ତି । ଏହାରି ଭିତରେ ଦୁଇମନ୍ତ୍ରୀ କହିଛନ୍ତି, ପ୍ରସଙ୍ଗ ନଈ ନ ଦେଖୁଣୁ ଲଙ୍ଗଳା ଭଳି ।

Advertisment

ବଲାଙ୍ଗୀରର ଭରୁଆମୁଣ୍ଡା ଗାଁରେ କନକ ନ୍ୟୁଜ ପହଞ୍ଚି ବା ପରେ ଇଏ ହେଉଛି ଜମି ବିକ୍ରେତାଙ୍କ ପ୍ରତିକ୍ରିୟା । ଜମି ବିକ୍ରେତା ଜାଣିନାହାନ୍ତି ଆଦାନୀ କିଣିଛି ଜମି । ସେମାନଙ୍କ କହିବା କଥା ହେଲା, ଦଲାଲ ଆସି ସରକାର ଗଛ ଲଗାଇବେ କହି ଜମି କିଣିନେଇଛନ୍ତି । ବିକ୍ରି ହୋଇଥିବା ଜମିକୁ କମ୍ପାନୀ ସିମେଣ୍ଟ ଖୁଣ୍ଟ ଦେଇ ଅକ୍ତିଆର କରିବାରେ ଲାଗିଛି । ଆଦାନୀ କମ୍ପାନୀ ଜମି କିଣିବା କଥା ନ କହି ଦଲାଲ ଜମି ଠକି ନେଇଯାଇଥିବା କଥା କହିଛନ୍ତି ଜମି ବିକ୍ରେତା ।

ଗନ୍ଧମାର୍ଦ୍ଦନ ପାହାଡ ତଳେ ଆଦାନୀ କମ୍ପାନୀ ଜମି କିଣିବା ଘଟଣାରେ ରାଜ୍ୟରେ ତମ୍ବିତୋଫାନ ଜାରି ରହିଥିବାବେଳେ ରାଜସ୍ୱମନ୍ତ୍ରୀ ଓ ଖଣିମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଖଣିମନ୍ତ୍ରୀ କହିଛନ୍ତି, କେତେ ବେଳ ଅଛି, କେତେ କାମ ଅଛି ତେଣୁ ଧୈର୍ୟ୍ୟହରା ହୁଅନ୍ତୁ ନାହିଁ । ରାଜସ୍ୱମନ୍ତ୍ରୀ ବି କହିଛନ୍ତି, ଆଦାନୀ ଜମି କିଣିବା ପ୍ରସଙ୍ଗରେ ସେ ଜାଣନ୍ତି ନାହିଁ, ଏନେଇ ଆଦାନୀକୁ ପଚରାଯାଉ ।

ଗନ୍ଧମାର୍ଦମରେ ଆଦାନୀ ଜମି କଣିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ବଢୁଛି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପ୍ରସଙ୍ଗରେ ଏ ଯାଏଁ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।