କନକ ବ୍ୟୁରୋ : ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’  ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସଚେତନତା କାର୍ଯ୍ୟକ୍ରମ । ଆସନ୍ତା ୧୦ ତାରିଖରୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ କରାଯିବ। ଏନେଇ ଆଜି ଲୋକସେବା ଭବନରେ ବଡ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ  ବୈଠକ ଆଲୋଚନା କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ଉପସ୍ଥିତ ଥିଲେ । ଆତ୍ମହତ୍ୟା ରୋକିବାକୁ ଜିଲ୍ଲା ହେଡ୍‌କ୍ବାର୍ଟରରେ ଏହି କାର୍ଯ୍ୟକ୍ରମ କରାଯିବ । ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗ ସାମିଲ ହେବେ । ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ । ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ ।