କନକ ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇପାରିବେନି ଜରୁରୀକାଳୀନ କାଯରେ ନିୟୋଜିତ ନର୍ସ। ଯଦି ଓହ୍ଲାନ୍ତି, କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସବୁ ସରକାରୀ ହସ୍ପିଟାଲ, ନିର୍ଦ୍ଦେଶକ, ଅକ୍ଷୀକ୍ଷକଙ୍କୁ ଚିଠି ଲେଖିଛନ୍ତି ନର୍ସିଂ ନିର୍ଦ୍ଦେଶକ। ଏସମା ଲାଗୁ ହୋଇଥିବାରୁ ନର୍ସିଂ କର୍ମଚାରୀ କୌଣସି ପ୍ରକାର ଆନ୍ଦୋଳନ କରିପାରିବେ ନାହିଁ। ସେପଟେ ନର୍ସିଂ ସଂଘ କହିଲା, ସ୍ବରକୁ ଚପାଇ ଦେବା ପାଇଁ କରାଯାଇଛି ଉଦ୍ୟମ।
ବୁଧବାର ଠାରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥାନ୍ତେ ନର୍ସିଂ ଅଫିସର। ପ୍ରସ୍ତୁତି ସରିଥିଲା, ୨୭ ତାରିଖରୁ ସିରିଞ୍ଜ ଛାଡ ଆନ୍ଦୋଳନ ପାଇଁ ହେଉଥିଲେ ସଜବାଜ। କିନ୍ତୁ ଏଥିରେ ଲକ୍ଷ୍ମଣରେଖା ଟାଣିଛନ୍ତି ସରକାର। ସ୍ବାସ୍ଥ୍ୟସେବାରେ ଯେପରି ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ ଏସମା ଆଇନକୁ କଡାକଡି ପାଳନ କରିବାକୁ ସବୁ ସିଡ଼ିଏମଓ ଓ ସରକାରୀ ମେଡିକାଲ କଲେଜକୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ।
- ଆନ୍ଦୋଳନକୁ ଓହ୍ଲାଇ ପାରିବେନି ନର୍ସିଂ ଅଫିସର
- ନର୍ସିଂ ଅଫିସର ଷ୍ଟ୍ରାଇକ କରୁଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ସରକାର ଏସମା ଆଇନ ଲଗାଇଥିଲେ ମଧ୍ୟ ଜିଦରେ ଅଟଳ ଅଛନ୍ତି ନର୍ସିଂ ଅଫିସର। ସରକାରଙ୍କୁ ୨ ଦିନର ଅଲଟିମେଟମ ଦେଇ କହିଛନ୍ତି, ୨୭ ତାରିଖ ଭିତରେ ଦାବି ନ ମାନନ୍ତୁ ସରକାର।
ଏବେ ନଜର ପକାନ୍ତୁ ନର୍ସିଂ ଅଫିସରଙ୍କ ପ୍ରମୁଖ ଦାବି ଉପରେ :
- ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି
- ନିୟମିତ ହୋଇନଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରାଯାଉ
- ଆଉଟସୋର୍ସିଂ ସଂସ୍ଥା ଦ୍ବାରା ନିଯୁକ୍ତି ବନ୍ଦ ହେଉ
- କେବିକେ ଅଞ୍ଚଳରେ କାମ କରୁଥିବା ନର୍ସିଂ ଅଫିସରଙ୍କୁ ସ୍ଥାନ ଭିତ୍ତିକ ପୋତ୍ସାହନ
- ଆୟୁଷ୍ମାନ କେନ୍ଦ୍ରରେ ଥିବା ସିଏଚଓଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦାବି
୧୦ ଦଫା ଦାବିକୁ ନେଇ ସରକାର ଆଲୋଚନା ପାଇଁ ଆଗଭର ହେଉନଥିବା ବେଳେ ନର୍ସିଂ ଅଫିସର ନିଜ ଜିଦରେ ଅଡି ବସିଛନ୍ତି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଲେ ଦାୟୀ କିଏ ରହିବେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/XQoBFe9KXRrb5aIoJMtf.jpg)