କନକ ବ୍ୟୁରୋ : କନ୍ଧମାଳ ଦାରିଙ୍ଗିବାଡ଼ିରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେଉଁଥିପାଇଁ ୨ ଜଣଙ୍କର ମୃତ୍ୟୁ ହେଲା ଏବଂ ୬ ଜଣ ଜୀବନ ସହିତ ସଂଗ୍ରାମ କରୁଛନ୍ତି, ତାର ତଦନ୍ତ କରିବେ ଆରଡିସି । ଅକ୍ଟୋବର ୩୦ ତାରିଖରେ ଦାରିଙ୍ଗିବାଡ଼ି ବ୍ଲକ ମାଣ୍ଡପଙ୍କା ଗାଁର କିଛି ଲୋକ ଆମ୍ବ ଟାକୁଆର ଜାଉ ଖାଇ ଅସୁସ୍ଥ ହୋଇଥିଲେ। ଏହାପରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସାରା ରାଜ୍ୟରେ ଏହାକୁ ନେଇ ତମ୍ବିତୋଫାନ ଏବଂ ବିରୋଧୀ ସରକାରଙ୍କୁ ଘେରିବା ପରେ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ମାମଲାରେ ଆକ୍ସନ ମୋଡରେ ସରକାର । ଆରଡିସି ତଦନ୍ତ ପାଇଁ ଦେଲେ ମୁଖ୍ୟମନ୍ତ୍ରୀ
ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେଉଁଥିପାଇଁ ୨ ଜଣଙ୍କର ମୃତ୍ୟୁ ହେଲା ଏବଂ ୬ ଜଣ ଜୀବନ ସହିତ ସଂଗ୍ରାମ କରୁଛନ୍ତି, ତାର ତଦନ୍ତ କରିବେ ଆରଡିସି । ଅକ୍ଟୋବର ୩୦ ତାରିଖରେ ଦାରିଙ୍ଗିବାଡ଼ି ବ୍ଲକ ମାଣ୍ଡପଙ୍କା ଗାଁର କିଛି ଲୋକ ଆମ୍ବ ଟାକୁଆର ଜାଉ ଖାଇ ଅସୁସ୍ଥ ହୋଇଥିଲେ। ଏହାପରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।