କନକ ବ୍ୟୁରୋ: ଦେଶର କୋଟିକୋଟି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର । ସମୟ ସମୟରେ ଏହି ସବୁ ଯୋଜନା ଗୁଡ଼ିକ ଉପରେ ନୂଆ ନୂଆ ଅପ୍ଡେଟ୍ ମଧ୍ୟ ଆସିଥାଏ । କିନ୍ତୁ ଅନେକ ହିତାଧିକାରୀ ଏଭଳି ନୂଆ ଅପ୍ଡେଟ୍ ବିଷୟରେ ଅବଗତ ହୋଇ ପାରନ୍ତି ନାହିଁ । ଯାହାଫଳରେ ସରକାର ଦେଉଥିବା ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଯାଆନ୍ତି ପ୍ରକୃତ ହିତାଧିକାରୀ । କିଛି ଦିନ ପୂର୍ବେ ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହି ଘୋଷଣା କିସାନ୍ କ୍ରେଡିଟ୍ କାର୍ଡକୁ ନେଇ ଥିଲା । କିସାନ କ୍ରେଡିଟ୍ କାର୍ଡ ଥିଲେ କମ୍ ସୁଧରେ ଋଣ ଯୋଗାଇ ଦେଉଛନ୍ତି ସରକାର । ତେବେ କେବଳ କୃଷି ଉପକରଣ କିଣାକିଣି କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର ।
କୃଷି ଉପକରଣ ପାଇଁ ୭ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଉଛନ୍ତି ସରକାର । ସଠିକ ସମୟରେ ଋଣ ପରିଶୋଧ କଲେ ସୁଧ ଉପରେ ୩ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ଏଭଳି ଭାବର ଚାଷୀମାନେ ୪ ପ୍ରତିଶତ ସୁଧରେ ଚାଷବାସ ପାଇଁ ଲୋନ୍ ନେଇ ପାରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ନେଇ ଆଉ ଏକ ଅପ୍ଡେଟ୍ ରହିଛି । ଏହା ହେଉଛି କିସାନ କ୍ରେଡିଟ୍ କାର୍ଡ ହିତାଧିକାରୀଙ୍କୁ ଅତିରିକ୍ତ ୩ ଲକ୍ଷ ଟଙ୍କା ଋଣ ଦେବାକୁ ସ୍ଥିର କରିଛନ୍ତି ସରକାର । କେବଳ ସ୍ୱଳ୍ପ ମିଆଦି ପାଇଁ ଏହି ଋଣ ପ୍ରଦାନ କରାଯିବ । Modified Interest Subvention Schemeକୁ ମଞ୍ଜୁରୀ ଦେଇଛନ୍ତି ସରକାର । କମ୍ ସୁଧରେ ଚାଷୀଙ୍କୁ ଋଣ ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ । ଏହାଦ୍ୱାରା ଚାଷୀଙ୍କୁ ବ୍ୟାଙ୍କଗୁଡ଼ିକ ଚାଷୀଙ୍କୁ ଅତିରିକ୍ତ ଋଣ ଯୋଗାଇ ଦେଲେ ସରକାର ବ୍ୟାଙ୍କଗୁଡ଼ିକୁ ୧.୫ ପ୍ରତିଶତ ସୁଧ ଛାଡ଼ କରିବେ । ଯାହାଫଳରେ ଚାଷୀଙ୍କୁ ଆହୁରି କମ୍ ସୁଧହାରରେ ଋଣ ମିଳିପାରିବ । ଏହାର ଲାଭ ଉଠାଇବାକୁ ହେଲେ ଚାଷୀଙ୍କୁ ଅତି କମ୍ରେ ୨ ଲକ୍ଷ ଟଙ୍କା ଋଣ ନେବାକୁ ହେବ ।
Modified Interest Subvention Scheme ଆଧାରରେ କିସାନ କ୍ରେଡିଟ୍ କାର୍ଡଧାରୀଙ୍କୁ ଅତି କମ୍ରେ ୩ ପ୍ରତିଶତରେ ଋଣ ମିଳିପାରିବ । ୧୯୯୮ ମସିହାରେ କିସାନ କ୍ରେଡିଟ୍ କାର୍ଡ୍ର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର । ନିଜ ଜମି ପାଇଁ ଉର୍ବରକ, କୀଟନାଷକ ଓ ଅନ୍ୟ କୃଷି ଉପକରଣ କିଣିବାରେ ସହାୟତା ଯୋଗାଇ ଦେବାକୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ସମସ୍ତ ଚାଷୀ କିସାନ କ୍ରେଡିଟ୍ କାର୍ଡ୍ ପାଇବାକୁ ଯୋଗ୍ୟ । ଚାଷୀମାନେ ଉପଯୁକ୍ତ ଦସ୍ତାବିଜ ପ୍ରଦାନ କରି ଏହି ଯୋଜନାରେ ସାମିଲ ହେବା ସହ ଏହାର ଫାଇଦା ଉଠାଇ ପାରିବେ ।