କନକ ବ୍ୟୁରୋ: ରାସନ କାର୍ଡ ପାଇବାରୁ ବଞ୍ଚିତ ହେବେ ହୋମଗାର୍ଡ । ଦରମା ନୁହଁ ଭତ୍ତା ପାଉଥିବା ହୋମଗାର୍ଡଙ୍କୁ ସରକାରୀ ଚାକିରିଆ କହି ରାସନ କାର୍ଡ ରଦ୍ଦ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ତେଜିଲାଣି ରାଜନୀତି ।  ବିରୋଧି ବିଜେଡି ଓ କଂଗ୍ରେସ ଟାର୍ଗେଟ କଲେଣି ବିଜେପି ସରକାରକୁ । ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ । 

Advertisment

ରାସନ କାର୍ଡ ପାଇବାରୁ ବଞ୍ଚିତ ହେବେ ହୋମଗାର୍ଡ ପରିବାର ।  ହଜାର ହଜାର ହିତାଧିକାରୀଙ୍କର କାର୍ଡ ରଦ୍ଦ ହେବ ।  ହୋମଗାର୍ଡ ସରକାରୀ ଚାକିରୀ କରୁଛନ୍ତି ସେଥିପାଇଁ ତାଙ୍କ କାର୍ଡ ରଦ୍ଦ ହୋଇପାରେ । ଗ୍ରାମରକ୍ଷୀଙ୍କ ଭଳି ହୋମଗାର୍ଡ ପରିବାରର ରାସନ କାର୍ଡ ରଦ୍ଦ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା ।  ଗ୍ରାମରକ୍ଷୀଙ୍କ ଭଳି ହୋମଗାର୍ଡ ବି ପାଅନ୍ତି ଭତ୍ତା । କାମ କଲେ ଦିନକୁ ମିଳିବ ୬୧୨ ଟଙ୍କା ଭତ୍ତା , ଡ୍ୟୁଟି ନାହିଁ ତ ପଇସା ବି ନାହିଁ । ରାଜ୍ୟରେ କାର୍ୟ୍ୟରତ ୧୫ ହଜାର ୫ ଶହ ହୋମଗାର୍ଡ ପୂର୍ବ ସରକାର ରାସନ ପାଉଥିବାବେଳେ ଏବେ କାର୍ଡ ହୋଇଯିବ ରଦ୍ଦ । ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧର ବର୍ଷିଛନ୍ତି ବିରୋଧି । 

ରାଜ୍ୟର ବିଭିନ୍ନ ଥାନା ଅଧିନରେ କାମ କରୁଥିବା ୧୮ ହଜାର ଗ୍ରାମରକ୍ଷୀଙ୍କ କାର୍ଡ ରଦ୍ଦ ହେବା ପରେ ହୋମଗାର୍ଡ , ରୋଷେୟା ଭଳି କିଛି ସଙ୍ଗଠନର ରାସନ କାର୍ଡ ରଦ୍ଦ ହୋଇଯିବ ।  କିନ୍ତୁ ହଠାତ ରାଜ୍ୟ ସରକାର ଏଭଳି  ନିସ୍ପତ୍ତି କାହିଁକି ନେଲେ ତାର ଉତ୍ତର କାହାରି ପାଖରେ ନାହିଁ ।