କନକ ବ୍ୟୁରୋ: ସରକାରଙ୍କୁ ଡେଲିଭରି ବୟଙ୍କ ଚିନ୍ତା । ଏନେଇ ପରିବହନ କମିସନରଙ୍କୁ ଚିଠି ଲେଖିଲେ ଯୁଗ୍ମ ନିର୍ଦ୍ଦେଶକ । ସେମାନଙ୍କ ନିରାପତ୍ତା ନେଇ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଛି । ଅନଲାଇନରେ ବିଭିନ୍ନ ଜିନିଷ ଘରକୁ ପହଞ୍ଚାଉଥିବା ଏହି ଡେଲିଭରି ବୟଙ୍କୁ ସୁରକ୍ଷା ଦେବାପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ଡେଲିଭରି ବୟ ସଂଘ । ଡେଲିଭରି ସମୟରେ କାର୍ଯ୍ୟରତ ଡେଲିଭରି କର୍ମଚାରୀ ଶାରୀରିକ, ମାନସିକ ଚାପର ଶିକାର ହେଉଥିବାରୁ ସେମାନେ ସରକାରଙ୍କୁ ସୁରକ୍ଷା ମାଗିଥିଲେ । ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେମାନଙ୍କୁ ଜିନିଷ ପହଂଚାଇବାକୁ ପଡ଼ୁଥିବାରୁ ଅତ୍ୟଧିକ ଚାପରେ ରହୁଥିବା କଥା ଜଣାଇଥିଲେ। ଏନେଇ ସମସ୍ତ ରାଜ୍ୟକୁ ଚିଠି ହୋଇଥିଲା। ଏବେ ଏହା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ କମ୍ପାନିଗୁଡିକୁ ନିରାପତ୍ତା ସମ୍ପର୍କୀୟ ପଦକ୍ଷେପ ନେବାକୁ କୁହାଯାଇଛି ।
ସରକାରଙ୍କୁ ଘାରିଲା ଡେଲିଭରି ବୟଙ୍କ ସୁରକ୍ଷା ଚିନ୍ତା, ନିରାପତ୍ତା ସମ୍ପର୍କୀୟ ପଦକ୍ଷେପ ନେବାକୁ ଚିଠି
ସରକାରଙ୍କୁ ଘାରିଲା ଡେଲିଭରି ବୟଙ୍କ ସୁରକ୍ଷା ଚିନ୍ତା । ପରିବହନ କମିସନରଙ୍କୁ ଚିଠି ଲେଖିଲେ ଯୁଗ୍ମ ନିର୍ଦ୍ଦେଶକ । ସଂପୃକ୍ତ କମ୍ପାନିଗୁଡିକୁ ନିରାପତ୍ତା ସମ୍ପର୍କୀୟ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସମସ୍ୟା ଜଣାଇଥିଲା ଡେଲିଭରି ବୟ ସଂଘ ।
/kanak/media/media_files/2025/07/10/04-delivery-2025-07-10-08-14-51.jpg)