ଧୋକା ଦେଲା ସରକାରୀ ବିହନ । ଗଜା ହେଉନି ଧାନ ବିହନ ।

Advertisment

ଧାନ ଚାଷ ପାଇଁ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନରୁ ଧାନ କିଣି ଧୋକା ଖାଇଛନ୍ତି ରାୟଗଡା ଗୁଣୁପୁର ପଦ୍ମପୁର ଅଂଚଳର ଚାଷୀ ।

ଧାନ ଚାଷ ପାଇଁ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନରୁ ଧାନ କିଣି ଧୋକା ଖାଇଛନ୍ତି ରାୟଗଡା ଗୁଣୁପୁର ପଦ୍ମପୁର ଅଂଚଳର ଚାଷୀ ।

pad

କନକ ବ୍ୟୁରୋ: ପୂର୍ବରୁ ଆମେ ଦେଖାଇଥିଲୁ ବରଗଡ ଅଂଚଳରେ କେମିତି ଡୁପ୍ଲିକେଟ ବିହନ ବିକ୍ରି ହେଉଛି ।  ଆଉ ସେହି ଡୁପ୍ଲିକେଟ ବିହନ କିଣି ଚାଷୀ କେମିତି ହନ୍ତସନ୍ତ ହେଉଛନ୍ତି । ତେବେ କେବଳ ବରଗଡ ନୁହେଁ ରାୟଗଡା ଜିଲ୍ଳାର ଗୁଣୁପୁର ଅଂଚଳରେ ମଧ୍ୟ ସମାନ ସ୍ଥିତି । କେତେବେଳେ ସାରର ଅଭାବ ବିକ୍ରି ଶିକାର ହେଉଥିବା ବେଳେ ଏବେ ସରକାରୀ ବିହନ ଧାନ କିଣି ହରଡ଼ଘଣାରେ ପଡିଛନ୍ତି ଚାଷୀ । 

ଚଳିତ ବର୍ଷ ଧାନ ଚାଷ ପାଇଁ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନରୁ ଧାନ କିଣି ଧୋକା ଖାଇଛନ୍ତି ରାୟଗଡା ଗୁଣୁପୁର ପଦ୍ମପୁର ଅଂଚଳର ଚାଷୀ। ଅଭିଯୋଗ ଅନୁସାରେ, ୧୦୭୫ ଓ ଆରଜିଏଲ ପ୍ରଜାତିର ଧାନ ବିହନ ଆଣି ଚାଷୀ ବୁଣିଥିଲେ ବି ତାହା ଗଛ ହେଉନି। ଯାହାଫଳରେ ଯେଉଁ ଧାନ କ୍ଷେତ ସବୁଜ ରଂଗରେ ହସିବା କଥା ତାହା ଏବେ ପଡିଆ ପଡିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । 

ଏନେଇ ପଦ୍ମପୁର ବ୍ଲକର ସହକାରୀ କୃଷି ଅଧିକାରୀ ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି ଯେ , ଚାଷୀଙ୍କ ଅଭିଯୋଗ ଅନୁଯାୟୀ କୃଷି ବିଭାଗ ପକ୍ଷରୁ ଫିଲ୍ଡ ଭିଜିଟ କରାଯାଇଛି ଏବଂ କେଉଁ ଲଟ୍ର ବିହନ ଏବଂ କେଉଁ ପ୍ରଜାତିର ବିହନ ଗଜା ହେବାରେ ବିଫଳ ହୋଇଛି ତାର ତଦନ୍ତ ହେବ। 
 

ତେବେ ରାଜ୍ୟରେ ଚାଲିଥିବା ନକଲି ବିହନ କାରବାର ଚାଷୀଙ୍କ ଟେନସନକୁ ବଢ଼ାଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe