ମିଛ କହୁଛନ୍ତି କି ଗୋବିନ୍ଦା ? ବଡ଼ କଥା କହିଦେଲେ ପତ୍ନୀ ସୁନୀତା

ଗୋବିନ୍ଦା ଅନେକ ବର୍ଷ ହେଲାଣି ଫିଲ୍ମ ପରଦାରୁ ଦୂରରେ ରହିଛନ୍ତି । କିନ୍ତୁ ତାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ଲାଇମଲାଇଟ‌ରେ ରହିଛନ୍ତି । ସୁନୀତାଙ୍କ ବୟାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ପ୍ରତିକ୍ରିୟାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।

Govinda-

କନକ ବ୍ୟୁରୋ: ୯୦ଦଶକରେ ବଲିଉଡରେ ରାଜ କରିଥିଲେ ଗୋବିନ୍ଦା । ଏହି ବଲିଉଡ ସୁପରଷ୍ଟାର ଏହି ଇଣ୍ଡଷ୍ଟ୍ରିକୁ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି । ହେଲେ ଏହି ଅଭିନେତା ଅନେକ ବର୍ଷ ହେଲାଣି ଫିଲ୍ମ ପରଦାରୁ ଦୂରରେ ରହିଛନ୍ତି । କିନ୍ତୁ ତାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ଲାଇମଲାଇଟ‌ରେ ରହିଛନ୍ତି । ସୁନୀତାଙ୍କ ବୟାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ପ୍ରତିକ୍ରିୟାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ଗୁଜବକୁ ଅସ୍ୱୀକାର କରିବା ପରେ ଏବେ ସୁନୀତା ନିଜ ସ୍ବାମୀଙ୍କ ମିଛର ପର୍ଦ୍ଦାଫାସ କରିଛନ୍ତି ।

ଗୋବିନ୍ଦା ଏକ ସାକ୍ଷାତକା‌ରରେ ଦାବି କରିଥିଲେ ଯେ, ହଲିଉଡର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ 'ଅବତାର' ପ୍ରଥମେ ତାଙ୍କୁ ଅଫର କରାଯାଇଥିଲା । କିନ୍ତୁ ହିରୋ ଦିବ୍ୟାଙ୍ଗ ହୋଇଥିବା ଜାଣି ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ । ଗୋବିନ୍ଦାଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ଦେଇ ସୁନୀତା କହିଛନ୍ତି, "ମୁଁ ଜାଣିନାହିଁ କେବେ ତାଙ୍କୁ ଏହି ଫିଲ୍ମ ଅଫର କରାଯାଇଥିଲା । ମୁଁ ଗୋବିନ୍ଦାଙ୍କ ସହିତ ୪୦ ବର୍ଷ ହେଲା ଅଛି । 'ଅବତାର'ର ନିର୍ଦ୍ଦେଶକ ଏବଂ ପ୍ରଯୋଜକ କେବେ ତାଙ୍କ ପାଖକୁ ଫିଲ୍ମର ଅଫର ନେଇ ଆସିଥିଲେ ମୁଁ ଜାଣିନାହିଁ । ମୁଁ ଜାଣିନାହିଁ କେବେ ଏସବୁ ହେଲା ।" ସୁନୀତାଙ୍କ ଏହି ବୟାନ ପରେ ଗୋବିନ୍ଦା କରିଥିବା ଦାବି ମିଛ ବୋଲି ଆଲୋଚନା କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe