ଚାଟଶାଳୀରେ ୩ ପିଢିଙ୍କୁ ପଢ଼ାଇଲେଣି ସାଲେପୁରର ଗୋବିନ୍ଦ ସାର । ୪୫ ବର୍ଷ ହେଲା ବିନା ପାରିଶ୍ରମିକରେ କରୁଛନ୍ତି ଶିକ୍ଷାଦାନ ।

କଟକ ସାଲେପୁର ବ୍ଲକ୍ ଵୋଇଲୋ ଗାଁରେ ଆଜି ବି ଚାଲିଛି ଚାଟଶାଳୀ। ପରିଣତ ବୟସରେ ହାର ମାନିନାହାନ୍ତି ସାର୍। ନିରବଛିନ ଭାବେ ଅବୈତନିକ ଶିକ୍ଷାଦାନ କରୁଛନ୍ତି ଗୋବିନ୍ଦ ସାର। ତାଙ୍କ ହାତରେ ଗଢ଼ା ମଣିଷ ତିଆରି କାରଖାନାରେ ଶିକ୍ଷା ଗ୍ରହଣ କଲେଣି ତିନି ପିଢି ।

chatasali

କନକ ବ୍ୟୁରୋ: କଟକ ସାଲେପୁର ବ୍ଲକ୍ ଵୋଇଲୋ ଗାଁରେ ଆଜି ବି ଚାଲିଛି ଚାଟଶାଳୀ। ପରିଣତ ବୟସରେ ହାର ମାନିନାହାନ୍ତି ସାର୍। ନୀରବଚ୍ଛିନ୍ନ
 ଭାବେ ଅବୈତନିକ ଶିକ୍ଷାଦାନ କରୁଛନ୍ତି ଗୋବିନ୍ଦ ସାର। ତାଙ୍କ ହାତରେ ଗଢ଼ା ମଣିଷ ତିଆରି କାରଖାନାରେ ଶିକ୍ଷା ଗ୍ରହଣ କଲେଣି ତିନି ପିଢି । 

୪୫ ବର୍ଷର ଚାଟଶାଳୀ 
ଦିବ୍ୟାଙ୍ଗ ଶିକ୍ଷକଙ୍କ ନିଃଶୁଳ୍କ ଶିକ୍ଷାଦାନ 
ରାଜ୍ୟରେ ଛତୁ ଫୁଟିଲା ଭଳି ଇଂରାଜୀ ମାଧ୍ୟମ ପ୍ଲେ ସ୍କୁଲ ବା ନର୍ସରୀ ସ୍କୁଲ ଖୋଲିଛି। ହେଲେ ସାଲେପୁର ଵୋଇଲୋ ଗାଁରେ ଚାଟଶାଳୀ ପରମ୍ପରା ଆଜି ବି ବଜାୟ ରହିଛି। ୧୯୭୩ମସିହାରୁ କାଳିକାପୁର ଗାଁ ଛକ ମୁଣ୍ଡରେ ଥିବା ଏହି ଘର ଅଗଣାରେ ଗୋବିନ୍ଦ ସାରଙ୍କ ଚାଟଶାଳୀ ଚାଲିଛି। ସ୍କୁଲ ଯିବା ଆଗରୁ ଅ-ଆ,  ପଣିକିଆ, ଓଡ଼ିଆ ଯୁକ୍ତାକ୍ଷର ସହ ବୌଦ୍ଧିକ ଶିକ୍ଷା ଗ୍ରହଣ କରୁଛନ୍ତି କୁନିକୁନି ପିଲା। ପିଲାଙ୍କ ହାତ ଧରି ବିନା ପାରିଶ୍ରମିକରେ ଶିକ୍ଷା ଦେଉଛନ୍ତି ଗୋବିନ୍ଦ ସାର୍। 

ଗୋବିନ୍ଦ ସାରଙ୍କ ଇଚ୍ଛା ଥିଲା ଭଲ ପାଠ ପଢ଼ିବେ। ହେଲେ ଅଷ୍ଟମରେ ପାଠପଢୁଥିବା ବେଳେ ଦାରିଦ୍ର୍ୟ ଓ ରୋଗ ତାଙ୍କୁ ପାଠରୁ ଦୂରେଇ ଦେଲା। ତଥାପି ଲକ୍ଷ୍ୟରୁ ହଟି ନାହାନ୍ତି। ଗାଁର ପିଲାଙ୍କୁ ପାଠପଢାଇ ନିଜ ଲକ୍ଷ୍ୟ ପଥରେ ଆଗେଇଛନ୍ତି। ଗୁରୁଦିବସରେ ମଧ୍ୟ ନିଜ କର୍ତ୍ତବ୍ୟ କରିଛନ୍ତି। ସକାଳ ୬ଟାରୁ ୯ଟା ପିଲାଙ୍କୁ ପଢ଼ାଇଛନ୍ତି। ଏପଟେ ଛାତ୍ରଛାତ୍ରୀ ନିଜ ଗୁରୁଙ୍କ ପୂଜାକରି ଆଶ୍ରୀବାଦ କାମନା କରିଛନ୍ତି। ସାଲେପୁରର ଏହି ୪୫ ବର୍ଷିୟ ଚାଟଶାଳିରେ ଜେଜେ ପଢ଼ିଥିଲେ, ଆଜି ନାତୀ ବା ନାତୁଣୀ ଶିକ୍ଷାରମ୍ଭ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe