କନକ ବ୍ୟୁରୋ: ଢ଼େଙ୍କାନାଳରେ ଜଣେ ଫାର୍ମ ହାଉସ ମାଲିକ ଗୋବିନ୍ଦ ନାଏକଙ୍କୁ ଗୁଳି ମାରି ହତ୍ୟା କରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। କିଏ ଓ କାହିଁକି ହତ୍ୟାକଲା ତାହା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ହତ୍ୟାର ମାତ୍ର କିଛି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଢ଼େଙ୍କାନାଳ ପୋଲିସ। ହେଲେ, ଗଣମାଧ୍ୟମକୁ ଅଭିଯୁକ୍ତ ଯେଉଁ ବୟାନ ଦେଇଛି ତାହା ରହସ୍ୟକୁ ବଢ଼ାଇ ଦେଇଛି।
- ଫାର୍ମ ହାଉସ୍ ମାଲିକଙ୍କୁ ହତ୍ୟା
- ଶଳାକୁ ମାରି ବନ୍ଧା ହେଲା ଭିଣୋଇ
ଢ଼େଙ୍କାନାଳ ସଦର ଥାନା କଳାଙ୍ଗ ଫାସିଗାଁରୁ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଫାର୍ମ ହାଉସ ମାଲିକ ଗୋବିନ୍ଦ ନାଏକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବଡ କଥା ହେଉଛି ଗୋବିନ୍ଦଙ୍କୁ ଆଉ କେହି ନୁହେଁ ତାଙ୍କ ନିଜ ଭିଣୋଇ ହିଁ ହତ୍ୟା କରିଛନ୍ତି। ଏକଥା ମାନିବା ପରେ ତାଙ୍କୁ ବାନ୍ଧିଛି ପୋଲିସ। ହେଲେ, ହତ୍ୟାକାଣ୍ଡର କାରଣ ନେଇ ଅଭିଯୁକ୍ତ ଯେଉଁ ବୟାନ ଦେଇଛି ତାହା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି।
ରମେଶର ବୟାନ କୌଣସି ପୌରାଣିକ ଫିଲ୍ମର କାହାଣୀ ଭଳି ଲାଗୁଛି। କାରଣ ମୃତକ ଫାର୍ମ ହାଉସରେ ଶୋଇଥିବାବେଳେ କେହି ତାଙ୍କୁ ଗୁଳି କରିଛି ବୋଲି ପ୍ରଥମେ କୁହାଯାଉଥିଲା। ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡ ପଛର କାରଣ କଣ ଖୋଜୁଛି। ତେବେ ଗୋବିନ୍ଦଙ୍କୁ ମାରିବା ପଛର ରହସ୍ୟ କଣ ତାର ସତ ସାମନାକୁ ଆଣିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି।