ଇପ୍‌ସାଙ୍କ 'ପ୍ରାରମ୍ଭ' ପୁସ୍ତକର ଉନ୍ମୋଚନ କଲେ ରାଜ୍ୟପାଳ : କମ୍‌ ବୟସରେ ବହି ଲେଖିଥିବାରୁ କଲେ ପ୍ରଶଂସା

ସାକ୍ଷୀଗୋପାଳର ମୂଳବାସିନ୍ଦା ଇପ୍‌ସା ତ୍ରିପାଠୀଙ୍କ ବହି 'ପ୍ରାରମ୍ଭ'କୁ ଆଜି ସଂଧ୍ୟା ଦର୍ଶନର ପବିତ୍ର ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉନ୍ମୋଚନ କରିଛନ୍ତି । ଖାଲି ଉନ୍ମୋଚନ କରିଥିଲେ ତାହା ନୁହେଁ ବରଂ ଇପ୍‌ସାଙ୍କ ସହ ଅନେକ ସମୟ ଧରି ଆଲୋଚନା ବି କରିଥିଲେ ।

IPSA Book

IPSA Book Photograph: (Kanak News)

କନକ ବ୍ୟୁରୋ: ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଏମିତି ଅନେକ କଥା ଆପଣମାନେ ଶୁଣିଥିବେ । ହେଲେ ଜଣେ ଏମ୍‌ଏସସି (ଫିଜିକ୍ସ ଛାତ୍ରୀ) ତାହାକୁ ବାସ୍ତବରୂପ ଦେଇଛନ୍ତି । ବିଜ୍ଞାନରେ ପାଠ ପଢୁଥିବା ବେଳେ ପୁରାଣଶାସ୍ତ୍ରରେ ସେ ବେଶ୍‌ ରୁଚି ରଖିଛନ୍ତି । ପିଲାଟି ଦିନରୁ ପୁରାଣ ପଢ଼ିବା ଓ ବୁଝିବାକୁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଆଜି ପୂର୍ଣ୍ଣ ରୂପ ପାଇଛି । ସାକ୍ଷୀଗୋପାଳ ବୀରରାମଚନ୍ଦ୍ରପୁରର ମୂଳବାସିନ୍ଦା ଇପ୍‌ସା ତ୍ରିପାଠୀଙ୍କ ବହି 'ପ୍ରାରମ୍ଭ'କୁ ଆଜି ସଂଧ୍ୟା ଦର୍ଶନର ପବିତ୍ର ଦିନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଉନ୍ମୋଚନ କରିଛନ୍ତି । ଖାଲି ଉନ୍ମୋଚନ କରିଥିଲେ ତାହା ନୁହେଁ ବରଂ ଇପ୍‌ସାଙ୍କ ସହ ଅନେକ ସମୟ ଧରି ଆଲୋଚନା ବି କରିଥିଲେ । 

IPSA
IPSA Photograph: (Kanak News)

'ପ୍ରାରମ୍ଭ' ଇଏ କେବଳ ଗୋଟିଏ ବହି ନୁହେଁ ବରଂ ପୌରାଣିକ କାହାଣୀ । ଭଗବତ୍‌ ଗୀତାରୁ ଏହି ବହି ଲେଖାଯାଇଥିବା ବେଳେ ଗୀତାର ଏକ ଶ୍ଳୋକରୁ ଏହାର ସୃଷ୍ଟି । ଯେବେ ସ୍ବୟଂ ଶ୍ରୀକୃଷ୍ଣ କହିଥିଲେ, ଯେତେବେଳେ ଅଧର୍ମ ବଢ଼ିଯାଏ, ମୁଁ ଧର୍ମ ଓ ସତ୍ୟକୁ ରକ୍ଷା କରିବାକୁ ପହଞ୍ଚିଥାଏ । ଏହି ବହିରେ ଅନ୍ୟାୟ ସମ୍ପର୍କରେ ଅନେକ କଥା ଉପସ୍ଥାପନ କରାଯାଇଛି । ବହିରେ ଧର୍ମ ଓ ଅଧର୍ମ ସମ୍ପର୍କରେ ଅନେକ ଶିକ୍ଷଣୀୟ କଥା ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏତେ କମ୍‌ ବୟସରୁ ଧର୍ମ, ଅଧର୍ମ ଓ ନ୍ୟାୟ , ଅନ୍ୟାୟ ସମ୍ପର୍କରେ ଯେଉଁ ଉଲ୍ଲେଖନୀୟ କଥା ଲେଖାଯାଇଛି ତାହାକୁ ନେଇ ଖୋଦ୍‌ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବି ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି । ପୂର୍ବରୁ ଇପ୍‌ସାଙ୍କ ସୋଲ୍ ସ୍କେପ୍‌ସ ନାମକ ଏକ ଇଂରାଜୀ କବିତା ପୁସ୍ତକ ବି ପ୍ରକାଶ ପାଇଥିଲା । ତେବେ ଅନ୍ୟା ନାମକ ଜଣେ ଝିଅ ସାମ୍ନାକୁ ଆସି ପରିବର୍ତ୍ତନର ମଙ୍ଗ ଧରୁଛି । ଅନ୍ୟାୟ ସଂପର୍କରେ ଅନେକ କଥା କୁହାଯାଇଛି । ହେଲେ ଏବେ 'ପ୍ରାରମ୍ଭ' ବହିକୁ ନେଇ ଇପ୍‌ସାଙ୍କୁ ସବୁଠି ପ୍ରଶଂସା କରାଯାଉଛି । ତେବେ ଏହି ବହିଟି ଜଗନ୍ନାଥ ରଥ ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe