ନିଗମ ଓ ସ୍ବାୟତ୍ତ ସଂସ୍ଥାର ହେଉନି ଏଜି ଅଡିଟ୍, ସ୍ବଚ୍ଛତା ଓ ହିସାବ ଉପରେ ଉଠିଲା ପ୍ରଶ୍ନ

ଇଡକୋ, ଓୟୁଏଟି ଭଳି ସ୍ବାୟତ୍ତ ସଂସ୍ଥାରେ ଖର୍ଚ୍ଚ ହେଉଛି କୋଟି କୋଟି । ସିଏଜି ଅଡିଟ୍ ହେଉନଥିବାରୁ ସ୍ୱଚ୍ଛତା ନେଇ ଉଠିଲା ପ୍ରଶ୍ନ । ମୁଣ୍ଡ ପୁରାଇଲେ ରାଜ୍ୟପାଳ, ଆଇନରେ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସବଙ୍କୁ ନିର୍ଦ୍ଦେଶ ।

51-Governer Haribabu

କନକ ବ୍ୟୁରୋ: ଯେଉଁଠି ଟଙ୍କା, ସେଇଠି ଦୁର୍ନୀତି । ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । ରାଜ୍ୟରେ ଏବେ ଅନେକ ନିଗମ ଓ ସ୍ୱାୟତ୍ତ ଶାସନ ସଂସ୍ଥା ରହିଛି ଯେଉଁଠି କୋଟି କୋଟି ଟଙ୍କାର କାରବାର ହେଉଥିଲେ ବି ସିଏଜି ଅଡିଟ ହେଉନାହିଁ । ଏବେ ଏଥିରେ ମୁଣ୍ଡ ପୂରାଇଛନ୍ତି ଖୋଦ୍ ରାଜ୍ୟପାଳ । ଗତମାସରେ ବସିଥିବା ଏକ ବୈଠକରେ  ଆକାଉଣ୍ଟାଣ୍ଟ ଜେନେରାଲ ଆଇନର ସଂଶୋଧନ କରି ଏହାକୁ ଅଡିଟ ପରିସରଭୁକ୍ତ କରିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟପାଳଙ୍କ ସଚିବାଳୟ ଏ ବାବଦରେ ଆଇନରେ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ  ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି । ଓୟୁଏଟି ଓ ଇଡ୍‌କୋ ଭଳି ସଂସ୍ଥା ପ୍ରତିବର୍ଷ ଶହ ଶହ କୋଟି ଟଙ୍କାର ଆର୍ଥିକ କାରବାର କରୁଛନ୍ତି, କିନ୍ତୁ ସିଏଜି ଅଡିଟ୍‌ ପରିସର ବାହାରେ ଅଛନ୍ତି । 

ପ୍ରତିବର୍ଷ ଦୁଇ ସଂସ୍ଥା ଓୟୁଏଟି ଓ ଇଡ୍‌କୋ ରାଜ୍ୟ ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ପାଉଛନ୍ତି ।
ଇଡ୍‌କୋ
୨୦୨୧-୨୨ରେ ମିଳିଛି ୧ ହଜାର ୯୫୭ କୋଟି ୭୭ ଲକ୍ଷ
୨୦୨୨-୨୩ରେ ମିଳିଛି ୧ ହଜାର ୯୩୫ କୋଟି ୫୯ ଲକ୍ଷ
ଓୟୁଏଟି
୨୦୨୨-୨୩ରେ ୭୫୮ କୋଟି ୨୮ ଲକ୍ଷ
୨୦୨୩-୨୪ରେ ୭୦୭ କୋଟି ୫୨ ଲକ୍ଷ ପାଇଛନ୍ତି । 

ତେବେ ସଂଶୋଧିତ ଇଡକୋ ଆଇନ କିମ୍ବା ଓୟୁଏଟି ଆଇନରେ ସିଏଜିକୁ ଆର୍ଥିକ ଅଡିଟ୍‌ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇନାହିଁ । ଫଳରେ ସେମାନଙ୍କ ଆର୍ଥିକ କାର୍ଯ୍ୟର ଏକ ବଡ ଅଂଶର ସିଏଜି ଅଡିଟ୍‌ ହୋଇପାରୁନାହିଁ । କେବଳ ଏହି ଦୁଇଟି ନୁହେଁ ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକ ସହ ଅନେକ ସ୍ୱାୟତ୍ତ ସଂସ୍ଥା ଅଡିଟ ବାହାରେ ଅଛି । ତେଣୁ ଆଇନର ସଂଶୋଧନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି ରାଜ୍ୟପାଳଙ୍କ ସଚିବାଳୟ ।   
 
ପ୍ରଶ୍ନ ଉଠୁଛି, ଓୟୁଏଟି, ଇଡ୍‌କୋ ସହ ଅନ୍ୟ ସ୍ୱାୟତ୍ତ ସଂସ୍ଥାକୁ କାହିଁକି ଏଯାଏଁ ସିଏଜି ଅଡିଟ୍‌ ପରିସରଭୁକ୍ତ କରାଯାଇନାହିଁ । ଏହି ସଂସ୍ଥାଗୁଡ଼ିକରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଖର୍ଚ୍ଚ, ଠିକ୍‌ ଢଙ୍ଗରେ ହେଉଛି ତ ? ଅଡିଟ୍‌ ପାଇଁ ସରକାର ଆଇନରେ ସଂଶୋଧନ କରିବେ କି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe