ସଫଳତା ବଖାଣିଲେ ମନ୍ତ୍ରୀ: ସତ ଧରାଇଲେ ରାଜ୍ୟପାଳ, ମାଛ ଉତ୍ପାଦନରେ ଓଡ଼ିଶା ବହୁ ପଛରେ

Advertisment

ମାଛ ଓ ଅଣ୍ଡାରେ କେତେ ଆତ୍ମନିର୍ଭରଶୀଳ ଓଡ଼ିଶା । ଓୟୁଏଟି ୬୪ ତମ ପ୍ରତିଷ୍ଠା ଦିବସରେ ସଫଳତା ବଖାଣୁଥିଲେ ମନ୍ତ୍ରୀ । ମଂଚ ଉପରେ ସତ ଦେଖାଇଲେ ରାଜ୍ୟପାଳ । ଭଦ୍ରକ ଗସ୍ତ ବେଳର ଉଦାହରଣ ଦେଇ ଦେଖାଇଲେ ଆଇନା । ପଚାରିଲେ ସବୁ ଭିତ୍ତିଭୂମି ଥାଇ ଆମେ କାହିଁକି ପଛୁଆ ।  

ମାଛ ଓ ଅଣ୍ଡାରେ କେତେ ଆତ୍ମନିର୍ଭରଶୀଳ ଓଡ଼ିଶା । ଓୟୁଏଟି ୬୪ ତମ ପ୍ରତିଷ୍ଠା ଦିବସରେ ସଫଳତା ବଖାଣୁଥିଲେ ମନ୍ତ୍ରୀ । ମଂଚ ଉପରେ ସତ ଦେଖାଇଲେ ରାଜ୍ୟପାଳ । ଭଦ୍ରକ ଗସ୍ତ ବେଳର ଉଦାହରଣ ଦେଇ ଦେଖାଇଲେ ଆଇନା । ପଚାରିଲେ ସବୁ ଭିତ୍ତିଭୂମି ଥାଇ ଆମେ କାହିଁକି ପଛୁଆ ।  

7PM - 1 - Governer

କନକ ବ୍ୟୁରୋ: ଭାରତ ତଥା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି । କିନ୍ତୁ ଆଜି ବି ମାଛ, ଅଣ୍ଡା ଭଳି ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଯାହାକୁ ନେଇ ଓୟୁଏଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ, ଉଦବେଗ ପ୍ରକାଶ କରିବା ସହ ଆମେ କାହିଁକି ପଛରେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟପାଳ ।  


ଅବସର ଥିଲା ଓଡିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟ ର ୬୪ ତମ ପ୍ରତିଷ୍ଠା ଦିବସ ଉତ୍ସବ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗର ସଫଳତା ବାଖାଣିଥିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଭାଗୀୟ ମନ୍ତ୍ରୀଙ୍କ କଥା ଶୁଣି ସଭା ମଂଚ ଉପରେ ଉଦବେଗ ପ୍ରକାଶ କରିଥିଲେ ରାଜ୍ୟପାଳ ହରି ବାବୁ କମ୍ବମପାଟି । ଭଦ୍ରକ ଗସ୍ତ ସମୟର ଉଦାହରଣ ଦେଇ ଚିନ୍ତା ପ୍ରକଟ କରଥିଲେ । ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରି ପଚାରିଥିଲେ, 

ରାଜ୍ୟପାଳଙ୍କ ପ୍ରଶ୍ନ ... 
- ଆନ୍ଧ୍ର ଭଳି ବଡ଼ ଭିତ୍ତିଭୂମି ଥାଇ ମଧ୍ୟ ମାଛ ଉତ୍ପାଦନରେ ଆମେ ପଛୁଆ କାହିଁକି ? 
- ରାଜ୍ୟ ପାଖରେ ସବୁ ସାଧନ ଥାଇ କାହିଁକି ଆତ୍ମନିର୍ଭର ହୋଇପାରୁନି ଓଡ଼ିଶା ?  
- ଯୋଜନା ଅଛି, ସବ୍‌ସିଡି ମିଳୁଛି, କାର୍ଯ୍ୟକାରୀ ହେଉନି ଯୋଜନା ? 
- ଯୋଜନା ବିଷୟରେ ଚାଷୀ ସଠିକ୍ ଭାବରେ ଅବଗତ ନାହାନ୍ତି କି ?  
- କୃଷି ପ୍ରଶିକ୍ଷଣ ପାଇବା ପରେ କାର୍ଯ୍ୟରେ ଲଗାଉ ନାହାନ୍ତି କି? 
- ଅର୍ଥନୈତିକ ମଡେଲ୍ ପ୍ରସ୍ତୁତ କରିବାକୁ ପରାମର୍ଶ 

ନିକଟରେ ରାଜ୍ୟପାଳ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରିଥିଲେ । ଗସ୍ତ ସମୟରେ ତୃଣମୂଳସ୍ତରରେ ବାସ୍ତବତା ଦେଖିଥିଲେ । ସେଦିନର କଥାକୁ ମନେ ପକାଇ ରାଜ୍ୟପାଳ କହିଛନ୍ତି, ଭଦ୍ରକର କିଛି ବ୍ଲକ୍ ଗସ୍ତ ବେଳେ ଧାନ ଚାଷ ହେଉଥିବା ଦେଖିଲେ, ହେଲେ ମାଛ ଚାଷ ଦେଖି ପାରିଲେ ନାହିଁ । ରାଜ୍ୟପାଳ ଉଦବେଗ ପ୍ରକାଶ କରିବା ପରେ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । 
 
ଜାତୀୟ ହାର ତୁଳନାରେ ଓଡ଼ିଶାର ଲୋକ ଅଧିକ ମଧୁର ମାଛ ଖାଉଛନ୍ତି। ଓଡ଼ିଶାର ଜଣେ ଲୋକ ବର୍ଷକୁ ହାରାହାରି ୧୮ କେଜି ମାଛ ଖାଉଛନ୍ତି। ଏହି ଆବଶ୍ୟକତା ପୂରଣ ପାଇଁ ଆମ ରାଜ୍ୟ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛି। ଆନ୍ଧ୍ରରୁ ମାଛ ଆସୁଛି। ସେହିପରି ଅଣ୍ଡା ଆବଶ୍ୟକତା ପୂରଣ ପାଇଁ ମଧ୍ୟ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe