କନକ ବ୍ୟୁରୋ : ଭୁବନେଶ୍ବରର ଆୟୋଜିତ ହେଲଥ କନକ୍ଲେଭକୁ ଉଦଘାଟନ କରିଥିଲେ ରାଜ୍ୟପାଳ ରଘୁବର ଦାସ । ସ୍ବାସ୍ଥ୍ୟସେବା ନେଇ ସେ ୩ଟି କଥା ଉପରେ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ, ଗାଆଁରେ ଡ଼ାଏବେଟିସ୍ ଓ ବ୍ଲଡ୍ ପ୍ରେସର ରୋଗ ବଢ଼ୁଛି । ତେଣୁ ଗାଆଁରେ ହେଲ୍ଥ କ୍ୟାମ୍ପ ହେଉ । ଡକ୍ଟର ଜେନେରକ୍  ମେଡ଼ିସିନ୍ ଲେଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟପାଳ।  ଗାଆଁରେ ଥିବା ଡକ୍ଟରଙ୍କୁ ଅଧିକ ସୁବିଧା ସୁଯୋଗ ଦିଅ ଫଳରେ ସ୍ୱାସ୍ଥ୍ୟ ସେବାରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି ରାଜ୍ୟପାଳ ।

Advertisment

ଦେଶରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ମହଙ୍ଗା ହୋଇପଡୁଛି । ଏଭଳି ସମୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ପାଖରେ ପଂହଚାଇବାକୁ    ସମ୍ବାଦ ଓ କନକ ନ୍ୟୁଜର ହେଲଥ୍ କନକ୍ଲେଭରେ ଆଜି ବଡ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଗାମୀ ଆର୍ଥିକ ବର୍ଷ ସୁଦ୍ଧା ଖୁବ୍ ଶୀଘ୍ର ଦୂର ହେବ ଡାକ୍ତର ସମସ୍ୟା ଓ ୩ହଜାର ପାରାମେଡିକାଲ ଷ୍ଟାଫ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏମବିବିଏସ ସିଟ ସଂଖ୍ୟା ବି ୫ ବର୍ଷ ଭିତରେ ବଢାଇବା ପାଇଁ ଖସଡା ପ୍ରସ୍ତୁତ ହେଉଛି । ଏହା ୫ ହଜାର ହେବ ।    ବର୍ତ୍ତମାନ ରାଜ୍ୟରେ ୧୧ ମେଡିକାଲ କଲେଜ ରହିଛି ।  ସେହିଭଳି ପଂଚାୟତ ହେଡକ୍ବାର୍ଟରରେ ଆରୋଗ୍ୟ ମନ୍ଦିର ଖୋଲିବ ।

ସେହିଭଳି  ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ହେଲଥ କନକ୍ଲେଭରେ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟସେବା ମହଙ୍ଗା ହୋଇଛି । ଏଥିରେ ସୁଧାର ଆସିବା ଜରୁରୀ ।