କନକ ବ୍ୟୁରୋ: ମାଳ ମାଳ ସରକାରୀ ଯୋଜନା ଆଣୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବାର ଦାୟିତ୍ବ ପ୍ରଶାସନ ହାତରେ । କିନ୍ତୁ ଦୁଭାର୍ଗ୍ୟ ଓ ବିଡ଼ମ୍ବନାର କଥା, ଜନମଙ୍ଗଳକାରୀ ଯୋଜନା ବାବଦରେ କିଛି ଅଫିସର ବୁଝିପାରୁନାହାନ୍ତି, କି ଲୋକଙ୍କୁ ସଚେତନ କରୁନାହାନ୍ତି । ଏଭଳି ସଙ୍ଗୀନ ପ୍ରସଙ୍ଗ ଉଠାଇ ଅଫିସରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଖାଲି ସେତିକି ନୁହେଁ, ରାଜ୍ୟରେ ୯୫% ଲୋକ କେନ୍ଦ୍ରୀୟ ଯୋଜନାର ସୁବିଧା ଜାଣିନାହାନ୍ତି । ମାତ୍ର ୫% ଲୋକ ବିଭିନ୍ନ ସାମାଜିକ ଯୋଜନା ବାବଦରେ ଅବଗତ ଅଛନ୍ତି । ଯାହା ଯୋଜନାର ସଫଳ କାର୍ଯ୍ୟକାରିତାକୁ ପଦାରେ ପକାଇଛି ।

Advertisment
  • ଚିଠି ଲେଖୁଛି ସିଏମଓ
  • ଅବହେଳା କରୁଛନ୍ତି ଅଫିସର

ସରକାରୀ ଯୋଜନା ବାବଦରେ କିଛି ବାବୁ ଜାଣୁନାହାନ୍ତି ଏକଥା ଉଠାଇ ପ୍ରାଶାସନିକ ଅବହେଳାକୁ ପଦାରେ ପକାଇଛନ୍ତି ରାଜ୍ୟପାଳ । କେବଳ ଏତିକି ନୁହେଁ ଲୋକଙ୍କ ସରକାରରେ ଲୋକଙ୍କ ଅଭିଯୋଗର ସମାଧାନ ତ୍ବରିତ ହେଉନି ବୋଲି ପୁଣିଥରେ ଚେତାଇ ଦେଇଛି ସାଧାରଣ ପ୍ରଶାସନ ବିଭାଗ । ଗତ ଫେବ୍ରୁଆରି ୪ ଓ ମେ ୨୨ରେ ଚିଠି ଲେଖି ଲୋକଙ୍କ ଅଭିଯୋଗ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲା ସିଏମଓ କିନ୍ତୁ ସାଧାରଣ ପ୍ରଶାସନର ଚିଠି ସଙ୍କେତ ଦେଉଛି,  ସ୍ଥିତି ଯଥା ପୂର୍ବଂ ତଥା ପରଂ । ଅଥାର୍ତ ତୃଣମୂଳସ୍ତରର ଅଫିସର ମାନେ ଜନଶୁଣାଣି ଅଭିଯୋଗର ଶୁଣାଣି ନକରି ମନମାନି କରୁଛନ୍ତି ।

ତେବେ ରାଜ୍ୟପାଳଙ୍କ ଉଦବେଗ ଓ ସାଧାରଣ ପ୍ରଶାସନ ବିଭାଗର ଏ ଚିଠିକୁ ନେଇ ପ୍ରଶ୍ନ ଉଠୁଛି । କାହିଁକି ମନମାନି କରୁଛନ୍ତି ବାବୁ? ଅଭିଯୋଗ ଶୁଣାଣିକୁ ଅବହେଳା କରିବାର କାରଣ କ’ଣ?