କନକ ବ୍ୟୁରୋ: ସ୍ଵଚ୍ଛତା ହିଁ ସେବା ଅଭିଯାନକୁ ପୁରିଛି ୧୦ ବର୍ଷ । ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆରମ୍ଭ ହୋଇଛି ଗଣସଫେଇ କାର୍ଯ୍ୟକ୍ରମ। ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ବିନ୍ଦୁସାଗରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ହୋଇଛି ଗଣସଫେଇ କାର୍ୟ୍ୟକ୍ରମ । ବିଏମସି ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସଫା କଲେ ରାଜ୍ୟପାଳ ; ଗାନ୍ଧୀ ଜୟନ୍ତୀ ଅବସରରେ ଦେଲେ ସ୍ୱଚ୍ଛତାର ବାର୍ତ୍ତା
ଭାରତ ଅଭିଯାନକୁ ୧୦ ବର୍ଷ । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରରେ ସଫେଇ କଲେ ରାଜ୍ୟପାଳ ରଘୁବର ଦାସ । ୨୦୧୪ ଗାନ୍ଧୀ ଜୟନ୍ତୀରେ ଅଭିଯାନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।