କନକ ବ୍ୟୁରୋ: ୱାକଫ୍‌ ସଂଶୋଧିତ ବିଲ୍‌ ଆଇନରେ ପରିଣତ ହୋଇସାରିଛି । ଦେଶରେ ଲାଗୁ ମଧ୍ୟ ହୋଇଛି କିନ୍ତୁ ଏହାକୁ ନେଇ ଥମୁନି ଝଡ଼ । କେଉଁଠି ରାଜନୈତିକ ଦଳ ବିରୋଧ କରୁଛନ୍ତି ତ ପୁଣି କେଉଁଠି ମୁସ୍‌ଲିମ ସଂଗଠନମାନଙ୍କ ବିକ୍ଷୋଭ । ସଂସଦରେ ହଙ୍ଗାମା ପରେ ବିଲ୍‌ ପାରିତ ହୋଇ ଆଇନ୍‌ରେ ପରିଣତ ହେବା ପରେ ସଡ଼କରେ ମହାସଂଗ୍ରାମ ଜାରି ରହିଛି । ଅନ୍ୟପଟେ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ପ୍ରବଳ ହିଂସା ମଧ୍ୟ ଦେଖିବାକୁ ମିଳିଛି ।

Advertisment

ଏହା ଭିତରେ କିଭଳି ବିରୋଧର ମୁକାବିଲା କରାଯିବ ଏନେଇ ମାନସ ମନ୍ଥନ କରୁଛନ୍ତି କେନ୍ଦ୍ର ସରକାର । ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଠାଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଯେଉଁଥିରେ ଅଳ୍ପସଂଖ୍ୟକ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସାମିଲ ହୋଇଛନ୍ତି । ଦଳର ନେତା ଓ କର୍ମୀଙ୍କୁ ଆଜିର ବୈଠକରେ ୱାକଫ୍‌ ସଂଶୋଧିତ ଆଇନ ବାବଦରେ ବୁଝାଯିବା ସହ ସମସ୍ତ ତଥ୍ୟ ଦିଆଯିବ । ପରବର୍ତ୍ତୀ ସମୟରେ ଏମାନେ ଜନତାଙ୍କ ନିକଟରେ ପହଞ୍ଚି ଏହି ଆଇନ କ’ଣ? ଏଥିରେ କି ସଂଶୋଧନ କରାଯାଇଛି ଏବଂ ଏହା କିଭଳି ମୁସ୍‌ଲିମ ଭାଇ-ଭଉଣୀଙ୍କ ସୁରକ୍ଷା ଓ ବିକାଶ ପାଇଁ କାମ କରିବ ଏନେଇ ବୁଝାଇବେ ।