କନକବ୍ୟୁରୋ: ପରୀକ୍ଷା ବାତିଲ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଆଶାୟୀ ପରୀକ୍ଷାର୍ଥୀ । ଆରଆଇ, ଅମିନ ପରୀକ୍ଷା ବାତିଲ କରିବା ପାଇଁ ଗାନ୍ଧୀ ମାର୍ଗରେ ଥିବା ପୋଷ୍ଟ ଅଫିସରେ ପହଞ୍ଚିଥିଲେ ଶହ ଶହ ଛାତ୍ରଛାତ୍ରୀ । 

Advertisment

ପରୀକ୍ଷାରେ ଦୁର୍ନୀତି ହେବା ସହିତ ଚାକିରି ବିକ୍ରିର ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟସରକାର ଦୃଷ୍ଟି  ଦେଉନଥିବା ଅଭିଯୋଗ ଆଣି ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଆଶାୟୀ ପରୀକ୍ଷାର୍ଥୀ ।

ସଂଗଠନ ତରଫରୁ ଅନେକ ଥର ପରୀକ୍ଷାରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରାଯାଇଛି । ଏପରିକି ପ୍ରତିବାଦ କରିବାକୁ ଯାଇ ଆଶାୟୀ ପ୍ରାର୍ଥୀ କେବେ ଆଡମିଟ କାର୍ଡ ଜାଳି ଦେଇଛନ୍ତି ତ, ପୁଣି କେବେ ମହାନଦୀରେ ଡଙ୍ଗା କରି ଭସାଇ ଦେଇଛନ୍ତି  । ଏମିତିକି ଟଙ୍କା ନିଅ ଚାକିରି ଦିଅ ନାରା ଦେଇ ମଧ୍ୟ ଅଭିନବ ଢ଼ଙ୍ଗରେ ଧାରଣାସ୍ଥଳରେ ପ୍ରତିବାଦ କରିଥିଲେ । ଏବେ ସେମାନେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ପରୀକ୍ଷା ବାତିଲ କରିବା ସହିତ ଦୁର୍ନୀତିର ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି ।