କନକ ବ୍ୟୁରୋ : ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ୍ । କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ । ପୂର୍ବବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡ ଦେବାରୁ ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି । କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ବର୍ଷକରେ ନୂଆପଡ଼ା ହେବ ଦାଦନ ମୁକ୍ତ । ସାରା ରାଜ୍ୟରେ ଦାଦନ କମିବାକୁ ଭିତ୍ତିଭୂମି ତିଆରି କରୁଛନ୍ତି ସରକାର । ମନରେଗା ଏବଂ ଜୀବିକା ମିଶନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେଇ ଉଦାହରଣ ତିଆରି କରାଯିବ । ଟାସ୍କଫୋର୍ସ କମିଟିକୁ ୨ ଭାଗରେ ବିଭକ୍ତ କରାଯିବ। ଦାଦନ ଯାଉଥିବା ରାଜ୍ୟକୁ ଗୋଟିଏ କମିଟି ଯିବ । ଏନ୍ଜିଓର ସର୍ଭେ ରିପୋର୍ଟକୁ ଆଧାର କରି କାର୍ଯ୍ୟକ୍ରମ କରାଯିବ ।
ଦାଦନ ରୋକିବା ପାଇଁ ସରକାରଙ୍କ ବ୍ଲୁ ପ୍ରିଣ୍ଟ : ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବଡ଼ ନିଷ୍ପତ୍ତି
ପୂର୍ବବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡ ଦେବାରୁ ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି ।
/kanak/media/media_files/2025/08/25/blue-print-2025-08-25-16-11-01.jpg)