କନକ ବ୍ୟୁରୋ: ଏଣିକି ଚାଲାଣକାରୀ ନୁହେଁ ମାଷ୍ଟରମାଇଣ୍ଡକୁ ଧର । କ୍ୟାମ୍ପସ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧ । ଚୋରା ନିଶା କାରବାର ରୋକିବାକୁ ଲୋକସେବା ଭବନରେ ବଡ଼ ବୈଠକ ।  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ ।  ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର କେ ଶର୍ମା, କ୍ରାଇମ ବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର, ଆଇଜି ସାର୍ଥକ ଷଡ଼ଙ୍ଗୀ ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବାହାରୁ ଚୋରା ଚାଲାଣ ରୋକିବା ଉପରେ ଦିଆଯାଇଥିଲା ଗୁରୁତ୍ୱ । ସ୍କୁଲ କଲେଜ ଅଂଚଳରେ ନିଶା କାରବାର ରୋକିବାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ  ବ୍ୟାପକ ଏନଫୋର୍ସମେଣ୍ଟ କରିବା ନେଇ ଆଲୋଚନା ।