କନକବ୍ୟୁରୋ : ଏଣିକି କ୍ୟୁଆର କୋର୍ଡ ସହ ଆସିବ ପାନ୍‌ କାର୍ଡ। ପାନ୍‌ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବର୍ତ୍ତମାନର କାର୍ଡ ଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର କୋର୍ଡ ସହ ଅପ୍‌ଗ୍ରେଡ୍ କରାଯିବ ।  ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହା ଦ୍ବାରା ଲୋକଙ୍କ ପାଖରେ ସହଜ ଓ ତ୍ବରିତ ଭାବେ ସେବା ପହଞ୍ଚିବ ।  ଏହା ସହ ସେବା ମାନରେ ବି ଉନ୍ନତି ଆସିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ। 
ଜାଣନ୍ତୁ ପାନ ଅପଗ୍ରେଡ ପରେ କଣ ରହିବ ଏହାର ସୁବିଧା,

ଏହି ପ୍ରକଳ୍ପ ପାଇଁ ରାଜକୋଷରୁ ୧୪୩୫ କୋଟି ଟଙ୍କା ଖର୍ଚ୍ଚ ହେବ

Advertisment

ପ୍ରକଳ୍ପ ମାଧ୍ୟମରେ ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ
ଲୋକଙ୍କ ପାଖରେ ସହଜରେ ସେବା ପହଞ୍ଚିପାରିବ
ପରିବେଶ ଅନୁକୂଳ ପ୍ରକ୍ରିୟା ସହିତ ଖର୍ଚ୍ଚ କମିବ

ଭିତ୍ତିଭୂମିର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ

ଟିକସଦାତାଙ୍କୁ ଅନେକ ପ୍ରକାରର ସୁବିଧା ମିଳିବ
ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିପାରିବ
ଗୋଟିଏ ସ୍ଥାନରେ ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ