କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏଣିକି ମାଗଣାରେ ବସ୍‌ରେ ଯିବେ ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ପଡ଼ିବନି ବସ୍‌ ଭଡ଼ା । ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ମିଳିବ ଏହି ସୁବିଧା । ସ୍କୁଲ ପିଲାଙ୍କୁ ନଜରରେ ରଖି ବସ୍‌ ଚଳାଚଳ ସମୟ ପରିବର୍ତ୍ତନ ହେବ । ଏଥିପାଇଁ OSRTC କୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ । ରୁଟ୍‌ରେ ମଧ୍ୟ ପରିବର୍ତ୍ତନ କରିବାକୁ ଅନୁରୋଧ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment