ଅଧପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର ସାରିବାକୁ ସରକାରଙ୍କ ତାଗିଦ୍ : ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

ଅଙ୍ଗନବାଡ଼ି କେନ୍ଦ୍ର ତୁରନ୍ତ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି ।  ରାଜ୍ୟରେ ଅଧପନ୍ତରିଆ ହୋଇ ପଡି ରହିଛି ୫୩୨ଟି ଅଙ୍ଗନବାଡି କେନ୍ଦ୍ର ।

2

Photograph: (kanaknews)

କନକବ୍ୟୁରୋ :  ଅଙ୍ଗନବାଡ଼ି କେନ୍ଦ୍ର ତୁରନ୍ତ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି ।  ରାଜ୍ୟରେ ଅଧପନ୍ତରିଆ ହୋଇ ପଡି ରହିଛି ୫୩୨ଟି ଅଙ୍ଗନବାଡି କେନ୍ଦ୍ର ।  ଅକ୍ଟୋବର ୧୫ ସୁଦ୍ଧା ୧ ହଜାର ୯୯୩ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଥିଲା । ସେଥି ମଧ୍ୟରୁ ୧ ହଜାର ୪୬୧ କେନ୍ଦ୍ରର ନିର୍ମାଣ କାମ ସରିଛି । ଅଧପନ୍ତରିଆ ହୋଇ ରହିଥିବା ୫୩୨ଟି ଅଙ୍ଗନବାଡି କେନ୍ଦ୍ର ଡିସେମ୍ବର ୧୦ ସୁଦ୍ଧା ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତି ରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ।  

ଅଧିକ ପଢନ୍ତୁ , ଦିବ୍ୟାଙ୍ଗ ହେଲେ ବି ଦୃଢ଼ ମନୋବଳ ଦେଇଛି ସଫଳତା; ଗୋଡ଼ ନଥାଇ ବି ନିପୁଣ ନୃତ୍ୟଶିଳ୍ପୀ

ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ପାଣ୍ଠି ମଞ୍ଜୁର ହୋଇଛି ଏବଂ ଜମି ଚିହ୍ନଟ ହୋଇଛି, କିନ୍ତୁ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ସେଗୁଡ଼ିକୁ ନୂତନ ଯୋଜନାରେ ଗ୍ରହଣ କରାଯିବ ।  ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୧୫ ଲକ୍ଷ ଟଙ୍କା ବର୍ଦ୍ଧିତ ୟୁନିଟ୍ ମୂଲ୍ୟରେ ନିର୍ମାଣ କରାଯିବ ବୋଲି ଜଣାପଡିଛି ।   ସେପଟେ ସ୍କୁଲ ଡ୍ରେସ୍ ବଣ୍ଟନରେ ବିଳମ୍ୱକୁ ନେଇ ଗଣମାଧ୍ୟମରେ ବାରମ୍ୱାର ଖବର ପ୍ରସାରଣ ପରେ ଜୋର ଧରିଥିଲା  ଡ୍ରେସ୍ ବଣ୍ଟନ ପ୍ରକ୍ରିୟା। ବାଲେଶ୍ୱର ସହର ସ୍ଥିତ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ  ପୋଷାକ ବଣ୍ଟନର ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ ଟିମ୍ ।  

ପିଲାଙ୍କୁ ପଚାରିବାରୁ ଅଧିକାଂଶ ପିଲା ଡ୍ରେସ ପାଇ ନାହାନ୍ତି ବୋଲି କହିଛନ୍ତି  । ଅନ୍ୟପଟେ ଶିକ୍ଷାବର୍ଷ ସରିବାକୁ ବସିଲାଣି ପିଲାଙ୍କୁ କେବେ ଡ୍ରେସ ମିଳିବ ବୋଲି ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଅଜବ ଉତ୍ତର ରଖିଛନ୍ତି । କହିଛନ୍ତି ପ୍ରୋସେସିଂରେ ଅଛି ଶୀଘ୍ର ପିଲାଙ୍କୁ ଡ୍ରେସ ଦିଆଯିବ  । ବାଲବାଟିକାକୁ ଛାଡ଼ିଦେଲେ ପବ୍ଲିକ ସ୍କୁଲରେ ପଢୁଛନ୍ତି ୫୭୦ ଜଣ ପିଲା । ଏଯାଏଁ ୨୫୦ ପିଲାଙ୍କୁ ଡ୍କେସ ମିଳିଛି  ।  ଅର୍ଥାତ ୫୦ ପ୍ରତିଶତରୁ ଅଧିକ ପିଲା ଡ୍ରେସ ପାଇ ନାହାନ୍ତି ।  ପ୍ରଶ୍ନ ଉଠୁଛି ସରକାରଙ୍କ ତାଗିଦ୍ ପରେ ବି  କାହିଁକି ଏଯାଏଁ ପିଲା  ଡ୍ରେସ୍ ପାଇ ନାହାଁନ୍ତି  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe