କନକ ବ୍ୟୁରୋ: ରାଜଧାନୀରେ ଘରଟିଏ ପାଇଁ ସ୍ୱପ୍ନ ଦେଖୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। କାରଣ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଯେଉଁମାନେ ନିଜ ନାଁରେ ଘରଟିଏ ପାଇଁ ଆଶା ବାନ୍ଧି ବସିଛନ୍ତି ସେମାନଙ୍କ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ସ୍ୱଳ୍ପ ମୂଲ୍ୟରେ ଯୋଗାଇବେ ଘର। ଲଟେରୀ ମାଧ୍ୟମରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଘର ଦେବା ପାଇଁ ଚାଲିଛି ପ୍ଲାନ୍।
ମଧ୍ୟବିତ ପରିବାରଙ୍କର ପୂରଣ ହେବ ସ୍ୱପ୍ନ । ଏଣିକି କମ୍ ଦାମ ଓ ସୁବିଧାରେ ଭୁବନେଶ୍ୱରରେ ମିଳିବ ଘର। ସରକାର ସ୍ୱଳ୍ପ ମୂଲ୍ୟରେ ଯୋଗାଇଦେବେ ଘର। ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ଏବଂ ଓଡିଶା ରାଜ୍ୟ ଓ ଗୃହ ନିର୍ମାଣ ନିଗମ ପକ୍ଷରୁ ରାଜଧାନୀରେ ଅଧିକ ସଂଖ୍ୟାର ଘର ନିର୍ମାଣ କରି ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଗୃହ ନିର୍ମାଣ ପାଇଁ ଦୁଇଟି ଜାଗା ଚିହ୍ନଟ ହୋଇଛି। ଗାଡ଼କଣ ଓ ଘାଟିକିଆରେ ନୂଆ ହାଉସିଂ ପ୍ରକଳ୍ପ। ପିପିପି ମୋଡରେ ଏସବୁ ଘର ନିର୍ମାଣ ହେବ। ଏନେଇ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଲଟେରୀ ମାଧ୍ୟମରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଘର ଦେବାପାଇଁ ଯୋଜନା ହୋଇଛି। ଏମ୍ଆଇଜି ଏଲ୍ଆଇଜି, ଏଲ୍ଆଇଜି-୧, ଏମ୍ଆଇଜି -୨ ଏଭଳି ୪ ପ୍ରକାରର ଘର ତିଆରି କରିବେ ରାଜ୍ୟ ସରକାର। ଏସବୁ ଘରର ଦାମ୍ ୧୫ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ରହିବ।
ଭୁବନେଶ୍ୱରରେ ସାଧାରଣ ଲୋକେ ଘର ଖଣ୍ତିଏ ନିର୍ମାଣ କରିବା ସମ୍ଭବ ହେଉନାହିଁ। ତେବେ ସରକାରଙ୍କ ଏହି ଯୋଜନା ମଧ୍ୟବିତଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇପାରିବ। ଆଗକୁ ଅନ୍ୟାନ୍ୟ ସହରରେ ସୁଲଭ ମୂଲ୍ୟରେ ଘର ଦେବାକୁ ଯୋଜନା କରୁଛନ୍ତି ସରକାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/22/34-2025-08-22-19-52-43.jpg)