କନକ ବ୍ୟୁରୋ: ସରକାର ଧରିବେ ବାଳିଆ ମାଛ । ବଡ଼ ବାଳିଆକୁ ଧରିବା ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ତେବେ ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି । ତେଣୁ ବାଳିଆ ମଲା ପରେ ଯାଇ, ରୋହି ଆଉ ଭାକୁର ଯାଆଁଳ ଛଡାଯିବ । ଗତ ସରକାର ସମୟରେ ଯାଆଁଳ ରାତିରେ ଛଡା ଯାଇଥିଲା, ଆଉ କେବଳ ଖାତା କଲମରେ ଛଡା ଯାଉଥିଲା ବୋଲି କହିବା ସହିତ, ଏବେର ସରକାର ବଡ଼ ବାଳିଆ ଧରିବାକୁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

Advertisment

ଅନ୍ୟପଟେ ରାଜ୍ୟରେ ବଢିବ ମଧୁର ମାଛ ଉତ୍ପାଦନ । ରାଜ୍ୟରେ ଏବେ ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି । ବାହାର ରାଜ୍ୟରୁ ମାତ୍ର ୩୩ ହଜାର ୪୨୪ ମେଟ୍ରିକ ଟନ ମାଛ ଆମଦାନୀ ହେଉଛି ।  ତେବେ ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ ବାହାରକୁ ପଠାଉଛୁ । ମଧୁର ମାଛ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଛେ । ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ମଧୁର ମତ୍ସ୍ୟ ଉତ୍ପାଦନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ରାଜ୍ୟରେ ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ହେଉଛି । ତେବେ ଏବେ ବି ଆହୁରି ୧ କୋଟି ୯୦ ଲକ୍ଷ ଅଣ୍ଡା ଆବଶ୍ୟକ ରହୁଛି  । ଯାହାକି ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । 

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା; ପ୍ରଶ୍ନକାଳ ବୟକଟ୍ କଲେ ଗଣମାଧ୍ୟମ ପ୍ରତିନିଧି