କନକ ବ୍ୟୁରୋ : ହାତୀଙ୍କ ପାଇଁ ଘର କରିବେ ସରକାର । ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘକାଳୀନ ଯୋଜନା । ବଡ଼ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ ଭିତରେ ହାତୀ ପାଇଁ ହେବ ଚାଷ । ପଣସ, ଆମ୍ବ, ବାଉଁଶ ଆଦି ହାତୀଙ୍କ ପାଇଁ ଲାଗିବ । ଜୀବଜନ୍ତୁଙ୍କ ଭିତରେ ବି ଗରିବ ଅଛନ୍ତି , ଓଡ଼ିଶାରେ ୨୧୦୦ରୁ ଊର୍ଦ୍ଧ୍ବ ହାତୀ ଅଛନ୍ତି । ସେଥି ମଧ୍ୟରୁ ପ୍ରାୟ ୪୦୦ ହାତୀଙ୍କ ଘର ନାହିଁ । ଘର ନଥିବାରୁ ସେମାନେ ଏଣେତେଣେ ବୁଲୁଛନ୍ତି । ସେମାନଙ୍କ ପାଇଁ ଉଚିତ ପରିବେଶ ନାହିଁ । ମାଇନିଂ, ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ ପାଇଁ ହାତୀ ଙ୍କ ପାଇଁ ଉଚିତ ପରିବେଶ ନାହିଁ । ବିଜେଡି ସରକାର ହାତୀଙ୍କୁ ଘର ଦେଇପାରିଲା ନାହିଁ । ଏବେ ଜୀବଜନ୍ତୁଙ୍କ ସଂଖ୍ୟା ବଢିଛି । ସେଥିପାଇଁ ହାତୀଙ୍କୁ ଘର ଯୋଗାଇଦେବେ ସରକାର । ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସହମତ ହୋଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । 

Advertisment