ସରକାର ଆଣିବେ ହେରିଟେଜ୍‌ ପଲିସି ; ଖୁବଶୀଘ୍ର ଗଠନ ହେବ ଟାସ୍କଫୋର୍ସ

Advertisment

୩ ହଜାରରୁ ଊର୍ଦ୍ଧ୍ୱ ପୁରୁଣା କୀର୍ତ୍ତିରାଜିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରଙ୍କ ବଡ ପ୍ରସ୍ତୁତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ୩ ବିଭାଗ ପର୍ଯ୍ୟଟନ, ସଂସ୍କୃତି ଏବଂ ପୂର୍ତ୍ତ ବିଭାଗର ବୈଠକ ହୋଇଛି । ପର୍ଯ୍ୟଟନ ବିଭାଗ ଚିହ୍ନଟ କରିବ ୭୫ଟି ଡେଷ୍ଟିନେସନ୍‌ ।

odisha

କନକ ବ୍ୟୁରୋ : ସରକାର ଆଣିବେ ହେରିଟେଜ୍‌  ପଲିସି । ଏଥିପାଇଁ ଖୁବ୍‌ଶୀଘ୍ର ଗଢାଯିବ ଟାସ୍କଫୋର୍ସ । ୩ ହଜାରରୁ ଊର୍ଦ୍ଧ୍ୱ ପୁରୁଣା କୀର୍ତ୍ତିରାଜିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରଙ୍କ ବଡ ପ୍ରସ୍ତୁତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ୩ ବିଭାଗ ପର୍ଯ୍ୟଟନ, ସଂସ୍କୃତି ଏବଂ ପୂର୍ତ୍ତ ବିଭାଗର ବୈଠକ ହୋଇଛି । ପର୍ଯ୍ୟଟନ ବିଭାଗ ଚିହ୍ନଟ କରିବ ୭୫ଟି ଡେଷ୍ଟିନେସନ୍‌ ।

ପ୍ରଥମ ପର୍ଯ୍ୟାୟରେ ସେହି ସବୁ କୀର୍ତ୍ତିରାଜ ସ୍ଥଳୀଗୁଡିକର ସଂରକ୍ଷଣ ଏବଂ ସୁରକ୍ଷା କରାଯିବ । ତାସହ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ମଧ୍ୟ ସଜଡ଼ା ଯିବ । ରତ୍ନଗିରିରୁ ଅନେକ ପୁରୁଣା କୀର୍ତ୍ତିରାଜ ଏବଂ ଲେଖା ମିଳିଛି । ସେସବୁକୁ ମଧ୍ୟ ସୁରକ୍ଷା ଏବଂ ସଂରକ୍ଷଣ ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe