ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ, ଆହାର ଯୋଜନାକୁ ୧୫ କୋଟି

ଏହି ଯୋଜନାରେ ସହରରେ ବାସ କରୁଥିବା ଲୋକମାନଙ୍କ ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଯାଇଥାଏ । ବିଶେଷ କରି ରାଜ୍ୟର ବଡ଼ ବଡ଼ ସହରମାନଙ୍କରେ ଏହି ଯୋଜନା ଚାଲିଛି । ସହରରେ ରହୁଥିବା ଶ୍ରମକ ଓ ଗରିବ ଶ୍ରେଣୀର ଲୋକଙ୍କ ସହ ସରକାରୀ ମେଡିକାଲକୁ ଆସୁଥିବା ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ସରକାର ଖାଦ୍ୟ ଯୋଗାଇ ଦେଇଥାନ୍ତି । ପୂର୍ବ ସରକାର ସମୟରୁ ଏହି ଯୋଜନା ଚାଲୁ ରହିଛି । ଏହା ସହରୀ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପେଟ ଭରିବା ପାଇଁ ସରକାରଙ୍କ ଏକ ଭଲ ଯୋଜନା ।

BUDGET

କନକ ବ୍ୟୁରୋ : ଓଡ଼ିଶା ବିଧାନସଭାର ଶୀତାକଳୀନ ଅଧିବେଶନ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି କ୍ରମରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ବିଭିନ୍ନ ଯୋଜନା ପାଇଁ ଭିନ୍ନ ଭିନ୍ନ ବ୍ୟୟବରାଦ ହୋଇଥିବା ବେଳେ ସହରୀ ଗରିବ ଲୋକଙ୍କ ପାଇଁ ଚାଲୁ ରହିଥିବା ଆହାର ଯୋଜନା ପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ପାରିତ କରିଛନ୍ତି । ଏହି ଯୋଜନାରେ ସହରରେ ବାସ କରୁଥିବା ଲୋକମାନଙ୍କ ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଯାଇଥାଏ । ବିଶେଷ କରି ରାଜ୍ୟର ବଡ଼ ବଡ଼ ସହରମାନଙ୍କରେ ଏହି ଯୋଜନା ଚାଲିଛି । ସହରରେ ରହୁଥିବା ଶ୍ରମକ ଓ ଗରିବ ଶ୍ରେଣୀର ଲୋକଙ୍କ ସହ ସରକାରୀ ମେଡିକାଲକୁ ଆସୁଥିବା ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ସରକାର ଖାଦ୍ୟ ଯୋଗାଇ ଦେଇଥାନ୍ତି । ପୂର୍ବ ସରକାର ସମୟରୁ ଏହି ଯୋଜନା ଚାଲୁ ରହିଛି । ଏହା ସହରୀ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପେଟ ଭରିବା ପାଇଁ ସରକାରଙ୍କ ଏକ ଭଲ ଯୋଜନା ।

ଅତିରିକ୍ତ ବଜେଟ୍: ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି

ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୪୩୨୯ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିଛନ୍ତି । ଏହା ମଧ୍ୟରେ ଆହାର ଯୋଜନା ପାଇଁ ୧୫ କୋଟି ଟଙ୍କା ଥିବା ବେଳେ ସାଧାରଣ ବଣ୍ଟନ ପ୍ରଣାଳୀ ପାଇଁ ୩ ହଜାର କୋଟି ଟଙ୍କା, ସାଧାରଣ ବଣ୍ଟନ ବ୍ୟବସ୍ଥାର ସବସିଡ୍ ପାଇଁ ୧୩୨୫ କୋଟି ଟଙ୍କା ଓ ଓଜନ, ମାପ ଓ କୋଠାଘର ନିର୍ମାଣ ବାବଦରେ ୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe