କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନରେ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଜଳବାୟୁ ଶାସନକୁ ଲୋକତାନ୍ତ୍ରିକ କରିବା ଶୀର୍ଷକ ଆଲୋଚନାରେ ପଞ୍ଚାନନ କାନୁନଗୋ କହିଲେ, ଭବିଷ୍ୟତ ପାଇଁ ପୁନଶ୍ଚ ପୃଥିବୀ ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ମାତ୍ର ଏବେ ବିଭିନ୍ନ ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇଛି । ଆଉ ୪୦ ରୁ ୫୦ ପରେ ସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି । ଏଥିପାଇଁ ବିଧାୟକ ପାଣ୍ଠିରୁ ପରିବେଶ ପାଇଁ ଖର୍ଚ୍ଚ କରାଯାଇ ପାରିବ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି , ସ୍କୁଲ ଶିକ୍ଷାରେ ଜଳବାୟୁନେଇ ବିଷୟ ରହିବା ଆବଶ୍ୟକ। ଗନ୍ଧମାର୍ଦନ ପାହାଡ଼ରେ ବହୁ ପ୍ରକାର ଔଷଧିୟ ବୃକ୍ଷ ରହିଛି । ପରିବେଶ କାର୍ଯ୍ୟ ପାଇଁ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ରହିଛି । ପୂର୍ବରୁ ସମ୍ବାଦ ରକ୍ତଦାନ କାର୍ଯ୍ୟକ୍ରମ କରୁଥିଲ । ଏବେ ସମ୍ବାଦ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ ସରକାର ବିଚାର କରିବା ଜରୁରୀ ।