Diwali celebration Photograph: (Google)
କନକ ବ୍ୟୁରୋ : ଦୀପାବଳି ପାଇଁ ପୁରୀରୁ ପଲ୍ଲି ଆଲୋକିତ ହୋଇଛି । ଆଜି ଘରେ ଘରେ ଦୀପ ଜାଳି, ଭଳି କି ଭଳି ଆଲୋକମାଳାରେ ସାରା ଦେଶ ଚମକୁଛି । ଏହାରି ଭିତରେ ଦୀପାବଳିରେ ବାୟୁ ପ୍ରଦୂଷଣ କିଭଳି କମ୍ ହୋଇ ପାରିବ ସେନେଇ ମଧ୍ୟ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଆମ ବାୟୁ ମଣ୍ଡଳକୁ ପ୍ରଦୂଷିତ କରୁଥିବା ବିଷାକ୍ତ ବାଣ ନ ଫୁଟାଇବା ପାଇଁ ପ୍ରଶସାନ ଓ ସମାଜସେବୀଙ୍କ ପକ୍ଷରୁ ସଚେତନ କରାଯାଉଛି । ଏନେଇ କମିସନରେଟ୍ ପୁଲିସ୍ ଟୁଇନ୍ ସିଟିରେ ବାଣ ଫୁଟାଇବାକୁ ନେଇ ସମୟ ଧାର୍ଯ୍ୟ କରାଯାଇଛି । ଆଜି ପାଇଁ ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ କେବଳ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ନିୟମ ଧାର୍ଯ୍ୟ କରାଯାଇଛି । ନିୟମକୁ ନ ମାନିଲେ କମିସନରେଟ୍ ପୁଲିସ୍ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ବାଣ କଟକଣା,କାହା ପାଇଁ କେମିତି?
ଦୀପାବଳି ପାଇଁ କମିସନରେଟ୍ ପୁଲିସ୍ର କଟକଣା
କଟକ- ଭୁବନେଶ୍ବରରେ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି
ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ
ମଦ ପିଇ ଗାଡ଼ି ଚଳାଇଲେ ବନ୍ଧାହେବେ, ଗାଡ଼ି ହେବ ଜବତ
ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ମୁତୟନ ରହିବ
ବେଆଇନ୍ ବାଣ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ସବୁଜ ବାଣ ଫୁଟାଇବା ଉପରେ ଗୁରୁତ୍ବ
ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ମନ୍ଦିର ନିକଟରେ ବାଣ ଫୁଟା ଉପରେ କଟକଣା
ଚାଳଘର, ଦୋକାନ ଘର, ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବାକୁ ବାରଣ
Follow Us