କନକବ୍ୟୁରୋ : ଭୁବନେଶ୍ୱରରେ ଜବରଦଖଲ ହୋଇଥିବା ସରକାରୀ କ୍ୱାର୍ଟର୍ସ ଉଚ୍ଛେଦ । ଦୀର୍ଘଦିନ ଧରି ଜବରଦଖଲ କରାଯାଇଥିବା ସରକାରୀ ଘରଗୁଡିକୁ ଉଚ୍ଛେଦ କରିଛି ବିଡିଏ । ଆଜି ବିଡିଏ ଏନଫୋର୍ସମେଣ୍ଟ ଟିମ ଏସବୁର ଯାଞ୍ଚ କରି ଉଚ୍ଛେଦ କରିଛି । ବିଡିଏ ସମେତ Optcl, watco, GA dept, କମିସନରେଟ ପୁଲିସ, road and building dept ଓ pwd ବିଭାଗର ମିଳିତ ସହଯୋଗରେ ଏହି ଉଚ୍ଛେଦ କରାଯାଇଛି । ରାଜମହଲରୁ ମାଷ୍ଟ୍ର କ୍ୟାଣ୍ଟିନ ଯିବା ରାସ୍ତାରେ ଥିବା ଏହି କ୍ୱାର୍ଟର ଗୁଡିକ ରହିଛି । ଦୀର୍ଘ ଦିନ ଧରି ବାହାରୁ ବନ୍ଦ ପଡିଥିବା ମନେ ହେଉଥିବା ବେଳେ ୟା ଭିତରେ ଚାଲିଛି ବିଭିନ୍ନ ବ୍ୟବସାୟ ।
କିଏ ନିଜର ଦୋକାନ ବଜାର କାମ କରୁଛନ୍ତି ତ ଆଉ କିଏ ଏଠି ପରିବାର ନେଇ ରହୁଛନ୍ତି । ରାଜମହଲ ଛକକୁ ଲାଗିଥିବା ବେତ ଦୋକାନର ବେତ ତିଆରି ଜିନିଷ ଏଠାରେ କାମ ଚାଲିଛି । ଏମିତିକି ଅନେକ ଲୋକଙ୍କ ପାଖରୁ ଭଡା ନେଇ ଘର ଯୋଗାଇ ଦିଆଯାଇଥିବା କହିଛନ୍ତି ଭଡା ଦେଉଥିବା ଲୋକ । ମିଳିଥିବା ତଥ୍ୟ ଆଧାରରେ ଭୁବନେଶ୍ୱରରେ ପାଖାପାଖି ୯୦ ରୁ ଉର୍ଦ୍ଧ୍ବ କ୍ୱାର୍ଟର ବର୍ତ୍ତମାନ ଜବରଦଖଲରେ ଅଛି । ପ୍ରାଥମିକ ପର୍ଯ୍ୟାୟରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଟି କ୍ୱାର୍ଟର ଉଚ୍ଛେଦ ହୋଇଛି । ଆଗକୁ ଅନ୍ୟାନ୍ୟ ଜବରଦଖଲ କ୍ୱାର୍ଟରକୁ ଉଚ୍ଛେଦ କରାଯିବ ବୋଲି BDA ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଏଠାରେ ଭଡ଼ାରେ ଦୁଇମାସ ହେଲା ରହିଥିବା ଜଣେ ମହିଳା ଆଡ଼ଭାନ୍ସ ଦେଇ ରହୁଥିବା କହିଛନ୍ତି ଓ ଏଠାରୁ ହଠାତ ବାହାର କରିଦେଲେ କୁଆଡେ ଯିବୁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ସେ ।