କନକ ବ୍ୟୁରୋ : ଦାନା ବାତ୍ୟାରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ବିଭିନ୍ନ ପ୍ରକାରର କ୍ଷୟକ୍ଷତି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୪୨୩.୦୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକୁ ଦିଆଗଲା ସହାୟତା ରାଶି । ଏହା ପୂର୍ବରୁ ବାତ୍ୟା ଦାନା କ୍ଷୟକ୍ଷତିର ଆସିଥିଲା ଚୂଡ଼ାନ୍ତ ରିପୋର୍ଟ । ଦାନା ଉଡ଼ାଇଲା ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା । ବାତ୍ୟା ଓ ବନ୍ୟା ପ୍ରଭାବରେ ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ୧୬୬ ବ୍ଲକରୁ ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ଓ ୪୧.୦୪ ଲକ୍ଷ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ।

Advertisment

ଏହାଛଡ଼ା ୩ ଲକ୍ଷ ୬୨ ହଜାର ୯୩୫.୩୭ ହେକ୍ଟର ଚାଷ ଜମି ପ୍ରଭାବିଚ ହୋଇଛି । ୧ ଲକ୍ଷ ୭୨ ହଜାର ୩୫୬.୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ୧୬ ହଜାର ୪୧୭ ଘର ବାତ୍ୟାରେ ପ୍ରଭାବିତ ହୋଇଛି । ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ୨୩ କୋଟି ୭୩ ଲକ୍ଷ ୭୬ ହଜାର ଟଙ୍କା । ଜିଲ୍ଲାପାଳ ମାନେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଥିଲେ ।